ଫୁଲବାଣୀ,୦୧/୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ରେ ମଙ୍ଗଳବlର ଭିଜିଲାନସ୍ ଟିମ୍ ଗିରଫ କରିଛି l ଗିରଫ ଲlଞ୍ଚୁଆ ଯନ୍ତ୍ରୀ ଦୁଇଜଣ ହେଲେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ବୋଲି ଜଣା ପଡ଼ିଛି l ବ୍ଲକ ଅନ୍ତର୍ଗତ ଧରାକୋଟ ପଂଚାୟତ ରେ ମ ନରେଗା ଯୋଜନା ରେ ବିଶେଷ କରି ପୋଖୋରୀ ଖନନ ଓ ରାସ୍ତା ନିର୍ମାଣଓ ଅନ୍ୟନୀ କାର୍ଯ୍ୟରେ ଏ ଦୁହେଁ ମିଶି ୩୮ଲକ୍ଷ ଟଂକା ଚକୁ କରିଥିବା ତଦନ୍ତ ରିପୋର୍ଟ ରୁ ଜଣା ପଡ଼ିବା ପରେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା କୁଭିଜିଲାନସ୍ ଗିରଫ କରିଛି l ସେମାନଙ୍କୁ ଭିଜିଲାନସ୍ ଜେରା କରୁଛି l ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ଆୟ ବହିର୍ଭୁତ ସମ୍ପତି ମଧ୍ଯ ଠୁଳ କରିଥିବା ଅଭିଯୋଗ ହୋଇଛି l ଏହାର ତଦନ୍ତ ମଧ୍ଯ ଭିଜିଲାନସ୍ କରିବ ବୋଲି କୁହାଯାଇଛି l ସୂଚନା ଯୋଗ୍ୟ, ଧରାକୋଟ ପଂଚାୟତ ନିର୍ବାହୀ ଅଧିକାରୀ ସୂତନୟନ ମହଙ୍କୁଡ, ଏ ଡି ଓ କଂlଶିରାମ ଦିଗାଲ ମଧ୍ଯ ଏହି ଦୁର୍ନୀତି ରେ ଜଡ଼ିତ ଥିବା ପ୍ରଶାସନ ତଦନ୍ତ ରୁ ଜାଣିବା ପରେ ଜିଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଥିଲେ l ସେହିପରି ଏହି ଦୁର୍ନୀତି ରେ ସମ୍ପୃକ୍ତ ଥିବା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, ଓ ଯନ୍ତ୍ରୀ ପ୍ରଫୁଲ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ସୁପାରିସଜିଲ୍ଲା ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ ମଧ୍ୟ ଏ ଦୁହିଁ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ମୁଖ୍ୟ ଙ୍କ ସହ ବହୁବାର ଆଲୋଚନlକରିଥିଲେ l ତେବେ, ଭିଜିଲାନସ୍ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଅନେକ ଦୁର୍ନିତୀ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି l

