ବୁଗୁଡ଼ା,୦୧/୦୭(ଡ.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଠାରୁ କଳମ୍ବ-କାଦପଡା ଗ୍ରାମ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଜନ ସାଧାରଣଙ୍କୁ ସଚେତନତା କରାଇ ଥିଲେ। ଅତିଥି ଭାବେ ଅତିରିକ୍ତ ବନ ସଂରକ୍ଷକ ପ୍ରଦିପ ବେହେରା, ରେଞ୍ଜର ମାନସ କୁମାର ସାହୁ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ଗଛ ଲଗାଇ ଥିଲେ। ବରିଷ୍ଠ ସହକାରୀ ଜିତେନ୍ଦ୍ରିୟ ଗୌଡ଼, ଏ. ଲିପି ରାଣୀ ପାତ୍ର, ଏନ. ସି.ସି ଶିକ୍ଷକ ପି. ସନ୍ତୋଷ ରଓ ଦୋରା, ଇ. ନିଳାଚଳ ପାତ୍ର, ସୁନିତା ଦେବୀ, ଭବାନୀ ମଲ୍ଲିକ, ସୁମିତ୍ରା ବେହରା, ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖ ଯୋଗଦେଇ ବ୍ରୁ୍କ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

