ଫୁଲବାଣୀ,୨/୦୭(ସୁନୀଲ ପଟ୍ଟନାୟକ):ବୁଧବାର ଫୁଲବାଣୀ ରୋଟାରୀ କ୍ଲବ ରୋଟାରୀ ସେବା ଟ୍ରଷ୍ଟ ପରିସରରେ ନେସନାଲ ଡକ୍ଟ ରସ ଡେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଥିଲା l ରୋ ଟା ରୀ କ୍ଲବ୍ ସଭପତି ବିଜୟ କୃଷ୍ଣ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ରୋଟାରୀ କ୍ଲବ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ଯତୀନ୍ଦ୍ର ନାଥ ପାଢୀ ଓ ଡାକ୍ତର ସ୍ନେହଲତା ମିଶ୍ର ଯୋଗ ଦେଇ ମା ଓ ଶିଶୁ ର ଯତ୍ନ ନେଲେ ଏକ ସୁନ୍ଦର ଓ ନିରୋଗ ଶିଶୁ ଜନ୍ମ ନେବ ଓ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ରୋଟl ରି କ୍ଲବ ର ପୂର୍ବତନ ସଭlପତି ପଦ୍ମ ଚରଣ ସ୍ବାଇଁ ରୋଟାରୀ କ୍ଲବ ପକ୍ଷରୁ ହାତକୁ ନିଆଯାଉଥିବା କାର୍ଯ୍ୟ ର ପ୍ରଶଂସା କରିବା ସହ ଚଳିତ ବର୍ଷ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ପରାମର୍ଶ ଦେଇଥିଲେ l ଏହି ଅବସରରେ ଡାକ୍ତର ଯତୀନ୍ଦ୍ର ନାଥ ପାଢୀ,ଡାକ୍ତର ସ୍ନେହଲତା ମିଶ୍ର, ଓ ଡାକ୍ତର ଶ୍ୱେତl ସାହୂ ଙ୍କୁ ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା l ସେହି ପରି ମୁଖ୍ୟ ଅତିଥି କୁଶଳ ଚନ୍ଦ୍ର ନାୟକ ଙ୍କୁ ବରିଷ୍ଠ ଚାର୍ଟର ସଦସ୍ୟ ରବୀ ନାରାୟଣ ସୁବୁଦ୍ଧି ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ରୋଟାରୀ କ୍ଳବ୍ ପୁର୍ବତନ ସଭପତି ତଥା ଆଇନଜୀବି ହରୀ ଶ୍ଚନ୍ଦ୍ର ମହାରଣା ଧନ୍ୟ ବାଦ ଦେଇଥିଲେ l ଏହି ଅବସରରେ ପବ୍ଲିକ ସ୍କୁଲ ପରିସରରେ ଥିବା ଜି ଏନ୍ ଏମ ଛାତ୍ରୀ ଙ୍କ ସମେତ ରୋଟା ରିଆନ କେ ଜ୍ଞାନ ଦୋରା, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବିରଜା ନାହାକ, ପ୍ରକାଶ ପଣ୍ଡା, କୁନ୍ଦନ ସିଂହ, ମନୋ ରଞ୍ଜନ ପଟନାୟକ, ଡି ଅରୁଣା, ଉର୍ମିଳା ପଣ୍ଡା, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ସୋନ୍ତଶ ଦିଗାଲ, ଆଦିତ୍ୟ ମହାପାତ୍ର, ରମେଶ ପ୍ରଧାନ, ଶିବ ବିଶ୍ବାଳ, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ l

