ଫୁଲବାଣୀ,୪/୦୭(ସୁନୀଲ ପଟ୍ଟନାୟକ):ଆଦିବାସୀ ଅଧ୍ୟୁଷିତ କଂଧମାଳ ଜିଲ୍ଲାରେ କୃଷି ବିଭlଗ ଅଧିକାରୀ ଓ କର୍ମଚାରୀ ଙ୍କ ମନ ମୁଖୀ କାର୍ଯ୍ୟ କ ଳl ପ, ଦୁର୍ନିତି ପୂର୍ଣ୍ଣ ମନୋଭାବ, ଅର୍ଥ ହେରଫେର ଯୋଗୁଁ ଜିଲ୍ଲାରେ ଚାଷ କାର୍ଯ୍ୟ ଅlଣ୍ଠେଇଚି କହିଲେ ଚଳେ l ଗତ ୨୦୧୯ମସିହା ରୁ ୨୦୨୬ଯାଏ ଗତ ୭ବର୍ଷ ମଧ୍ୟରେ ୧୯ଜଣ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (ସି ଡି ଏ ଓ) ବଦଳିଲେଣିl ବର୍ଷ କୁ ହାରାହାରି ୩/୪ଜଣ ବଦଳୁଛନ୍ତି l ଏପରି ସ୍ଥଳେ କାର୍ଯ୍ୟ କିଭଳି ହେଉଛି ସହଜ ରେ ଅନୁମେୟ l ବ୍ଲକ ରେ ବାଓ ବା ବ୍ଲକ୍ କୃଷି ଅଧିକାରୀ ରହୁନାହାନ୍ତି l ଅଧସ୍ତନ କର୍ମଚାରୀ ମାନେ କିଛି ଦରମା ନେଇ ନିଶା ଖାଇ ବୁଲୁ ଥିବା କୁହାଯାଉଛି l ରାଜ୍ୟ ତଥା କେନ୍ଦ୍ର ସର କlରଙ୍କ ଯୋଜନା ରେ ଆସୁଥିବା ଅର୍ଥ ବାଟମାରଣା ହେଉଛି l ଚାଷୀ ଙ୍କ ନିକଟରେ ପହଞ୍ଚି ପାରୁନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ବର୍ତ୍ତମାନ ଦାୟିତ୍ବ ରେ ଥିବା ସି ଡି ଏ ଓ କୁଆଡ଼େ ନ ଯାଇ କେବଳ ଘରେ ବସି ରହୁଥିବା ଶୁଣିବାକୁ ମିଳୁଛି l ଏଣୁ ରାଜ୍ୟ ସରକାର, କୃଷି ସଚିବ, ନିର୍ଦେଶକ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

