ଜୀବନର ଦ୍ୱୀପ ଲିଭିଯାଏ କର୍ମର ଛାପ ଛାଡ଼ିଯାଏ ମନୁଷ୍ୟ ଏପରି ଜନ୍ମ ନିଏ ପ୍ରତି ମୁହୂର୍ତ୍ତରେ କର୍ମର ଛବି ଆଙ୍କିଚାଲେ lସହମତି ପରିବାର ସଙ୍ଗେ ସାଙ୍ଗ ସଙ୍ଗେ, ସମାଜ ସଙ୍ଗେ ସଂସାରର ବୋଝକୁ ନେଇ ଜୀବନର ଦ୍ୱୀପ ଲିଭିଯାଏ lତଥାପି ସୂର୍ଯ୍ୟ ତାର କିରଣ ବିଛାଏ ନଦୀ ବହିଯାଏ ତାର ରାସ୍ତାରେ କେତେ ଯେ ଝଡ଼, ବନ୍ୟା ବାତ୍ୟା କେତେ ଯେ ଜୀବନ ପାରିକରେ lତଥାପି ଏ ଜୀବନର କଷଣରେ ଏ ଅମାନିଆ ମନ ମାନେ ନାହିଁ ଏ ଜୀବନ ଥିବାଯାଏଁ କର୍ମ କରିଚାଲେ ଏ ଜୀବନର ଦ୍ୱୀପ ଲିଭିଯାଏ lତଥାପି…. ତଥାପି…. ତଥାପି… ଲେଖିକା – ଅଳକା ସାହୁ (ସମ୍ପାଦିକା, ସେବା,ବ୍ରହ୍ମପୁର)
