ବୁଗୁଡ଼ା, ୨୬/୩ (କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ପୋଲିସ ପକ୍ଷରୁ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଥାନା ଅଧୀନରେ ଥିବା ବିଭିନ୍ନ ଦଣ୍ଡ ଯାତ୍ରା କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସଡିପିଓ ଦୀପକ କୁମାର ମିଶ୍ର ଯୋଗ ଦେଇ କର୍ମକର୍ତ୍ତାମାନଙ୍କୁ ଦଶଟି ନିୟମ ପାଳନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ଅଶ୍ଳୀଳତାକୁ ପ୍ରଶ୍ରୟ ନ ଦେବା,ପୌରାଣିକ ନାଟକ ଆୟୋଜିତ,
ଲୋକନୃତ୍ୟକୁ ପ୍ରାଧାନ୍ୟ, ମହିଳା। କଳାକାରଙ୍କ ସୁରକ୍ଷା, କମିଟି ଦ୍ବାରା ପର୍ଯ୍ୟାପ୍ତ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବା ଏବଂ ସେମାନଙ୍କ ତାଲିକା ଥାନାରେ ଦାଖଲ କରିବା ଆଦି ନିୟମ ଉପରେ ଆଲୋଚନା ହୋଇଥିଲା। ସଭା ଏବଂ ଲାଉଡସ୍ପିକର ପାଇଁ ପୁଲିସ ଓ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି
ନେବାକୁ ପରାମର୍ଶ ଦିଆଯାଇଛି। ଗୋଲିଆ, ଭାମଶ୍ୟାଳି, କରଡ଼ାବାଡ଼ି,ବଣପଲ୍ଲୀ, ନିମପଦର, ବକ୍ସିପଲ୍ଲି,ପୋଚାଲୁଣ୍ଡି, ଭାବସର, ଚାକରାବାଡ଼ି,ପାଣିକେଶ୍ୱର, ଚିଲିଖମା ଓ କାନକୁଟୁରୁ ଆଦି ଦଣ୍ଡଯାତ୍ରା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

