ବୁଗୁଡ଼ା, ୨୭/୦୩(ଜନବାଣୀ ବ୍ୟୁରୋ) : ବିରଞ୍ଚି ନାରାୟଣ କଲ୍ୟାଣୀ ମଣ୍ଡପ ପରିସରରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସହଯୋଗରେ ସଂଯୋଜକ ଦେବବ୍ରତ ମାହୁନ୍ତଙ୍କ ସୁସଂଯୋଜନାରେ ଆୟୋଜିତ ଉକ୍ତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜ କଲ୍ୟାଣ ଅଧିକାରିଣୀ ପାର୍ବତୀ ସୋରେନ, ସାମାଜିକ କର୍ମୀ ପୂର୍ଣ୍ଣିମା ଦାସ, ପ୍ରୋଟେକସନ ଅଫିସର ଡି.ନାଗରତ୍ନମ୍, ବରିଷ୍ଠ ଅଧିବକ୍ତା ହର ପ୍ରସାଦ ଦାଶ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢୀ, ଆୟୁଷ ଡାକ୍ତର ପଦରାବିନ୍ଦ ଷଢ଼ଙ୍ଗୀ, ସାଂସଦ ପ୍ରତିନିଧି ଉତ୍ତମ କୁମାର ଦାଶ ପ୍ରମୁଖ ଯୋଗ ଦେଇ କନ୍ୟାଭ୍ରୂଣ ହତ୍ୟା, ବାଲ୍ୟ ବିବାହ, ନାରୀ ନିର୍ଯାତନା ଆଦି ଦୂରୀକରଣ ଦିଗରେ ସଚେତନତା ସୃଷ୍ଟି ସାଙ୍ଗକୁ ଯୌତୁକ ନିଷେଧ ଆଇନ, ପୋକ୍ସୋ ଆକ୍ଟ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଗଣ ଉପସ୍ଥିତ ରହିଥିଲା ବେଳେ ପରିଶେଷରେ ସିଡିପିଓ ବବିତା କୁମାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

