ସିନାପାଲି:୨୭/୩(ପରମେଶ୍ୱର ମେହେର) ଓଡ଼ିଶା ଛତିଶଗଡ଼ ସୀମାରେ ଦିନେ ଓଡ଼ିଆ ଭାଷା ସଙ୍କଟରେ ଥିବା ବେଳେ ଠିକ୍ ସେହି ସମୟରେ ଓଡ଼ିଆ ସାହିତ୍ଯ ଓ ଭାଷାର ସୁରକ୍ଷାରେ କବି ମନୋହର ମେହେରଙ୍କ ସାରସ୍ବତ ସାଧନା ମୁଖ୍ଯ ଭୂମୀକା ଗ୍ରହଣ କରିଥିବା ଆଜି କବି ଜନ୍ମପୀଠ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ କବିଙ୍କ ୧୪୨ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମତ ପ୍ରକାଶ ପାଇଛି ା ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ଏସଏସକେପି ପରିସରରେ ସମିତିର ସଭାପତି ବୈଷ୍ଣବ ମେହେର ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ଯକ୍ରମରେ ଯୁବକବି ପ୍ରଦ୍ଯୁମ୍ନ ସିଂହ ଚିନ୍ଦା ମେହେର କବିଙ୍କ ସାରସ୍ୱତ ସାଧନା ଓ ସାହିତ୍ଯ କୄତି ବିଷୟରେ ଆଲୋଚନା ରଖିଥିଲେ ା ପ୍ରତିକୂଳ ପରିସ୍ଥିତିରେ ସାହିତ୍ଯ ସାଧନା କରି ସମାଜ ପାଇଁ ଅନେକ ଉପାଦେୟ କାବ୍ଯକବିତା ରଚନା କରିଯାଇଥିବା କବି ମନୋହରଙ୍କ ପଦ୍ଯାବଳୀକୁ ସଂଗୀତର ରୂପ ଦେଲେ ତାଙ୍କ କୃତି ଅଧିକ ସୁଦୂର ପ୍ରସାରି ହୋଇ ପାରିବ ତେଣୁ ଏଦିଗରେ ସ୍ବର ସଙ୍ଗମ କଳା ପରିଷଦ ଓ ଗଙ୍ଗାଧର ସାରସ୍ବତ ସମିତି ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା ା କାର୍ଯ୍ଯକ୍ରମରେ ଶିକ୍ଷାବିତ୍ କୁମୁଦବନ୍ଧୁ ଯୋଷୀ, ଏସଏସକେପି ସଭାପତି ତ୍ରିନାଥ ମେହେର, ପ୍ରେମାନନ୍ଦ ମେହେର, ଅତୁଳ କୁମାର ପାତ୍ର, ଗୌତମ ମେହେର, ବଂଶୀଧର ଜଗତ, ପ୍ରସନ୍ନ ସାହୁ, ଯଶୋବନ୍ତ ସା, ମନୋଜ କୁମାର ଜଗତ ପ୍ରମୁଖ ଯୋଗ ଦେଇ କବିଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ା ଶେଷରେ କବି ରଶ୍ମିରଞ୍ଜନ ସା ଧନ୍ଯବାଦ ଦେଇଥିଲେ ା

