ପୋଲସରା, ୨୭/୩(ଶିବ ପ୍ରସାଦ ସାହୁ) ଶ୍ରୀରାମ ନବମୀ କୁ ନେଇ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ଡ଼. ପ୍ରବୀଣ ଭାଇ ତୋଗାଡିଆ ଗଂଜାମ ଜିଲ୍ଲାକୁ ଦୁଇ ଦିନ ଗ୍ରସ୍ତରେ ଆସିଛନ୍ତି । ପ୍ରଥମ କରି ଗଂଜାମ ଜିଲ୍ଲା ପୋଲସରା ସହରକୁ ଆସିବାକୂ ନେଇ ପ୍ରତ୍ୟେକ ଟି ସନାତନୀ ହିନ୍ଧୁଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଯେଉଁଠି ହଜାର ହଜାର ସନାତନି ମହିଳା ପୁରୁଷ ମାନେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ଭାଇ ତୋଗାଡିଆଙ୍କ ବିଫୁଳ ମାତ୍ରାରେ ସ୍ବାଗତ ସମ୍ବର୍ଦ୍ଧନା କରି ସନାତନୀ ହିନ୍ଦୁ ହେବାର ଏକତା ପ୍ରଦର୍ଶନ କରିଛନ୍ତି । ଏପରିକି ରାଣୀପଡା ଶ୍ରୀରାମ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାମ କିର୍ତ୍ତନ ବାଜା ରୋଷଣୀରେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ କରି ପୋଲସରା ସହର ପରିକ୍ରମା କରିଥିଲେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ତୋଗାଡିଆ, ଏମ ବି ସି ଟିଭି ର ଚେୟାରମ୍ୟାନ ତଥା ସମାଜସେବୀ ବଦ୍ରି ପଟ୍ଟନାୟକ ଏବଂ ତାଙ୍କର ସାଥି କର୍ମକର୍ତ୍ତା ମାନେ । ପବିତ୍ର ରାମ ନବମୀ ଉତ୍ସବକୁ ଅଧିକ ମାତ୍ରାରେ ଉତ୍ସାହିତ କରାବାକୁ ନେଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ବନାଥ ପାତ୍ର ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ କୁମାର ଖଟେଇଙ୍କ ଆହ୍ବାନ କ୍ରମେ ପୋଲସରା ଲୁଣିଘାଟି ପଡ଼ିଆରେ ପ୍ରବୀଣ ଭାଇ ତୋଗାଡିଆଙ୍କ ନେଇ ଏକ ବିଶାଳ ସନାତନୀ ହିନ୍ଧୁଙ୍କ ଜାଗରଣ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଠି ହିନ୍ଧୁଙ୍କ ସୁରକ୍ଷା ଏବଂ ଏକତାକୁ ନେଇ ବିଭିନ୍ନ ସମ୍ବେଦନଶୀଳ ଦିଗକୁ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ଭାଇ ତୋଗାଡିଆ । ଏହି ଅବସରରେ ପୋଲସରା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସନାତନ ଧର୍ମକୁ ନେଇ ଦେଶାତ୍ମବୋଧ ଗୀତ ସହ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । ଯାହାକୁ ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ ତୁଲାଇଥିଲେ ପୋଲସରା ଅଞ୍ଚଳର ସୁନାମଧନ୍ୟ କୋରିଓଗ୍ରାଫର୍ ମିଥୁନ କୁମାର ସ୍ବାଇଁ ( ରୋମିଓ ) । ପୋଲସରାରେ ପ୍ରବୀଣ ଭାଇ ତୋଗାଡିଆଙ୍କୁ ବିପୁଳ ସମ୍ବର୍ଦ୍ଧନା
ପୋଲସରା, ୨୭/୩(ଶିବ ପ୍ରସାଦ ସାହୁ) ଶ୍ରୀରାମ ନବମୀ କୁ ନେଇ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ଡ଼. ପ୍ରବୀଣ ଭାଇ ତୋଗାଡିଆ ଗଂଜାମ ଜିଲ୍ଲାକୁ ଦୁଇ ଦିନ ଗ୍ରସ୍ତରେ ଆସିଛନ୍ତି । ପ୍ରଥମ କରି ଗଂଜାମ ଜିଲ୍ଲା ପୋଲସରା ସହରକୁ ଆସିବାକୂ ନେଇ ପ୍ରତ୍ୟେକ ଟି ସନାତନୀ ହିନ୍ଧୁଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଯେଉଁଠି ହଜାର ହଜାର ସନାତନି ମହିଳା ପୁରୁଷ ମାନେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ଭାଇ ତୋଗାଡିଆଙ୍କ ବିଫୁଳ ମାତ୍ରାରେ ସ୍ବାଗତ ସମ୍ବର୍ଦ୍ଧନା କରି ସନାତନୀ ହିନ୍ଦୁ ହେବାର ଏକତା ପ୍ରଦର୍ଶନ କରିଛନ୍ତି । ଏପରିକି ରାଣୀପଡା ଶ୍ରୀରାମ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାମ କିର୍ତ୍ତନ ବାଜା ରୋଷଣୀରେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ କରି ପୋଲସରା ସହର ପରିକ୍ରମା କରିଥିଲେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ତୋଗାଡିଆ, ଏମ ବି ସି ଟିଭି ର ଚେୟାରମ୍ୟାନ ତଥା ସମାଜସେବୀ ବଦ୍ରି ପଟ୍ଟନାୟକ ଏବଂ ତାଙ୍କର ସାଥି କର୍ମକର୍ତ୍ତା ମାନେ । ପବିତ୍ର ରାମ ନବମୀ ଉତ୍ସବକୁ ଅଧିକ ମାତ୍ରାରେ ଉତ୍ସାହିତ କରାବାକୁ ନେଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ବନାଥ ପାତ୍ର ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ କୁମାର ଖଟେଇଙ୍କ ଆହ୍ବାନ କ୍ରମେ ପୋଲସରା ଲୁଣିଘାଟି ପଡ଼ିଆରେ ପ୍ରବୀଣ ଭାଇ ତୋଗାଡିଆଙ୍କ ନେଇ ଏକ ବିଶାଳ ସନାତନୀ ହିନ୍ଧୁଙ୍କ ଜାଗରଣ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଠି ହିନ୍ଧୁଙ୍କ ସୁରକ୍ଷା ଏବଂ ଏକତାକୁ ନେଇ ବିଭିନ୍ନ ସମ୍ବେଦନଶୀଳ ଦିଗକୁ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ଭାଇ ତୋଗାଡିଆ । ଏହି ଅବସରରେ ପୋଲସରା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସନାତନ ଧର୍ମକୁ ନେଇ ଦେଶାତ୍ମବୋଧ ଗୀତ ସହ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । ଯାହାକୁ ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ ତୁଲାଇଥିଲେ ପୋଲସରା ଅଞ୍ଚଳର ସୁନାମଧନ୍ୟ କୋରିଓଗ୍ରାଫର୍ ମିଥୁନ କୁମାର ସ୍ବାଇଁ ( ରୋମିଓ ) । ଏହି ପରପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ଓ ଏବିସିଡି ଡ୍ୟାନ୍ସ ଏକାଡେମୀର ସମସ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ପୂର୍ବକ ମାନପତ୍ର ଦେଇ ସନମ୍ମାନୀତ କରିଥିଲେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ । ପରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ କୁମାର ଖଟେଇ ସମସ୍ତ ସନାତନୀ ହିନ୍ଦୁଙ୍କ ଗହଣରେ ନିଜର ୩୬ ତମ ଜନ୍ମଦିନ ପାଳନ କରିଥିଲେ । ଆଜିର ଯୁବ ପିଢ଼ି ଆଧୁନିକତାର ବଶବର୍ତ୍ତୀ ନହୋଇ ସ୍ବାଭିମାନର ସହ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ପରି ଜୀବନ ଜୀବନ ଅତିବାହିତ କରିବାକୁ ନେଇ ଆହ୍ବାନ କରିଥିଲେ ।

