କୋଦଳା,୩୦।୭(ବାପୁନି ମାଲୁ):କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ବୈରାଗୀ ଗୌଡ଼ (59) ବିଷ ପାନ କରି ମୃତ୍ୟୁ ବରଣ କରିଛନ୍ତି। ଗତ ଶୁକ୍ରବାର ଦିନ ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କୋଦଳା ମେଡିକାଲକୁ ନିଆଯାଇଥିଲା ପରେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ପରିବାରରେ ପୁଅ ମାନେ ଜମିଜମା ଭଗବଣ୍ଟାକୁ ନେଇ ତିକ୍ତତା ସୃଷ୍ଟି କରିବା ଫଳରେ ସେ ଏପରି ନିଷ୍ପତ୍ତି ନେଇଥିବା ନେଇ ସ୍ଥାନୀୟ ଲୋକ କହିଛନ୍ତି। ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି।

