ଫୁଲବାଣୀ,୩୦।୦୭(ସୁନୀଲ ପଟ୍ଟନାୟକ):ଗୁରୁବାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଚକାପାଦ ଥାନା ଅନ୍ତର୍ଗତ ରୂପା ଗାଁ ରେ ରାସ୍ତା ମାପିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କୁନାଲ ବେହେରା ନାମକ ଜଣେ ଯୁବକ ର ମୃତ୍ୟୁ ହୋଇଛି l କୁନାଲ ସେହି ଅଞ୍ଚଳ ରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା l ତେବେ କୁନାଲ ବିଦ୍ୟୁତ୍ ଲାଇନ୍ ନିକଟରେ କାର୍ଯ୍ୟ କରୁଥିବା ବେଳେ ହଟl ତ ବିଦ୍ୟୁତ୍ ସଂସ୍ପର୍ଶ ରେ ଆସିଯାଇଥିଲା ଆଉ ତାର ମୃତ୍ୟୁ ଘଟିଥିଲା l ପୋଲିସ ଏକ ମାମଲା ରୁଜୁ କରି ଶବ କୁ ବ୍ୟବଚ୍ଛେଦ ପାଈଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖlନା କୁ ପଠାଇ ତଦନ୍ତ ଜାରି ରଖିଛି l ମୃତକ ଙ୍କ ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ପରିବାର ଲୋକ ଦାବୀ କରିଛନ୍ତି l

