ଫୁଲବାଣୀ,୩୦।୦୭ (ସୁନୀଲ ପଟ୍ଟନାୟକ):ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ର ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ସ୍ଵତନ୍ତ୍ର ପୋକା ସୋ କୋର୍ଟ ବିଚାରପତି ଅଭିଯୁକ୍ତ ଟିଲୁ ପ୍ରଧାନ ଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଂକା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି l ସେହିପରି ପୀଡ଼ିତା କୂ ଦେଢ଼ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଡି ଏଲ ଏସ ଏ କୁ ନିର୍ଦେଶ ଦେଇଛନ୍ତି କୋର୍ଟ l ସୂଚନା ଯୋଗ୍ୟ ଯେ ୨୦୧୮ର ରେ ରାଇକିଆ ଥାନା ଅନ୍ତର୍ଗତ ଏକ ନାବାଳିକା ସମ୍ପର୍କୀୟ ଙ୍କ ଘରକୁ ଯିବା ଆସିବା କରୁଥିଲେ l ସେ ସମୟରେ ଟିଲୁ ସହ ନାବାଳିକା ର ଦେଖା ହୋଇଥିଲା ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ଟିଲୁ ବିବାହ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକା ସହ ସମ୍ପର୍କ ରଖିଥିଲା l ତେବେ ନା ବାଳିକା ଗର୍ଭ ବତି ହେବା ଜାଣି ଟି ଲୁ ସୁରଟ ପଳେ ଇଥିଲା l ପରେ ସୁରଟ ରୁ ଫେରି ନାବାଳିକା ପରିବାର କୁ ଧମକ ଦେବା ସହ ମାରପିଟ୍ କରିଥିଲା l ଫଳରେ ପୀଡ଼ିତା ରାଇକିଆ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଏ ନେଇ ମାମଲା ରୁଜୁ କରି ଅଭିଯୁକ୍ତ ଟି ଲୁ କୁ ଗିରଫ କରିଥିଲା l ଆଜି ମାମଲା ର ବିଚାର କରି ପୋକ ସୋ କୋର୍ଟ ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି l ବରିଷ୍ଠ ଆଇନଜୀବି ତଥା ସ୍ଵତନ୍ତ୍ର ପି ପି ରମେଶ ଚନ୍ଦ୍ର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ l

