ବୁଗୁଡା,୨୮/୩(କୁମୁଦ ଚନ୍ଦ୍ର ବେହେରା): ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଳିସାହି ମନ୍ଦିରଠାରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ବୁଦ୍ଧଖୋଲ ଛକ, ମଦନ ମୋହନ ଛକ, ହାଇସ୍କୁଲ ଛକ,ନୂଆଁ ବସଷ୍ଟାଣ୍ଡ ପରିକ୍ରମା କରି ବଡଦାଣ୍ଡରେ ପହଞ୍ଚିଥିଲା। ଏହି ଆକର୍ଷଣୀୟ ଗୈରିକ ଧ୍ୱଜାମୟ ଶୋଭାଯାତ୍ରା। ସମସ୍ତେ ଜୟ ଶ୍ରୀରାମ ଧ୍ୱନିରେ ପରିବେଶ
ପ୍ରକମ୍ପିତ ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଏହି ଶୋଭାଯାତ୍ରାରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନଗର ବିଜେପି ସଭାପତି କେଦାର ନାଥ ମହାରଣା, ଯୁବନେତା ପ୍ରଭାକର ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ବିଜେପିର କର୍ମକର୍ତ୍ତା, କର୍ମୀ ଏବଂ ରାମଭକ୍ତ ସାମିଲ ହୋଇଥିଲେ ।

