ରାୟଗଡ,୩।୮(ଅମୂଲ୍ୟ ନିଶଙ୍କ):ଆଜି ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଲକ ର ବିଜେପି ର ୩ଟି ଗୋଟି ମଣ୍ଡଳର ବିଭିନ୍ନ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା, ପାଠପଢ଼ାର ମାନ, ବିଦ୍ୟାଳୟର ଭିତ୍ତିଭୂମି ସୁବିଧା ଏବଂ ମଧ୍ୟାହ୍ନ ଭୋଜନ (ମିଡ୍-ଡେ ମିଲ୍) ବ୍ୟବସ୍ଥାର ସମୀକ୍ଷା କରିଥିଲେ l ବିଜେପି ରେ ଏହି ଦଳ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ, ପେଣ୍ଟା, କାର୍ଲାକୋନା ଗାର୍ଲ୍ସ ହାଇସ୍କୁଲ, ସରକାରୀ ବିଦ୍ୟାଳୟ ଗେଟିପଡା , ଶ୍ରୀ ଉଗ୍ରତାରା ମଡେଲ ହାଇସ୍କୁଲ, କୋମଟାଲପେଟା,ଗୋପବନ୍ଧୁ ସରକାରୀ ପୌର ଉଚ୍ଚ ବିଦ୍ୟାଳୟ,ରାୟଗଡ଼ା, ସେରିଗୁଡ଼ା ଅଞ୍ଚଳର ବିଦ୍ୟାଳୟ, ତଡମା ସରକାରୀ ଉଚ୍ଚ ବିଦ୍ୟାଳୟ ମାନ ପରିଦର୍ଶନ କରିବା ସହିତ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟଗୁଡ଼ିକର ବର୍ତ୍ତମାନ ସ୍ଥିତି, ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ସହିତ ସ୍କୁଲର ଅଭାବ ଅସୁବିଧା ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ lଏହି ପରିଦର୍ଶନ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ) ଙ୍କ ସହିତ ରାୟଗଡ଼ା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଶବର, ଉପଦକ୍ଷା ମଞ୍ଜୁଳା ମିନିଆକା ,ରାଷ୍ଟ୍ର ପରିଷଦ ସଦସ୍ୟ ୱାଇ ଗଣପତି ରାଓ, ଜଗନ୍ନାଥ ପୁର ରେ ପୂର୍ବତନ ସରପଞ୍ଚ କଲାକା ନାଗେଶ୍ୱର ରାଓ ଙ୍କ ସମତେ ସମ୍ପୃକ୍ତ ମଣ୍ଡଳ ସଭାପତି ଏବଂ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ l

