ଚିକିଟି,୦୪/୦୮(ନିଗମାନନ୍ଦ ପଣ୍ଡା):ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଚିକିଟି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବି ଏଲ ଓ ଦୁଇ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବାରାହୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି.କୌଣସି ଯୋଗ୍ୟ ଭୋଟର ଯେପରି ଲିଷ୍ଟ ରୂ ବାଦ ନ ପଡିବେ ସେ ଦିଗ ରେ ଗୁରୁତ୍ୱାରୋପ କରି ଅସାମାଜିକ ତତ୍ୱ ପ୍ରତି ସଜାଗ ରହିବାକୁ ପ୍ରଶିକ୍ଷଣ ଶିବିର ରେ ପରାମର୍ଶ ଦିଆଯାଇଛି.ଦଳୀୟ ବିଧାନସଭା ପ୍ରାର୍ଥୀ ତଥା ବି ଏଲ ଓ -1 ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ ରେ ଶିବିର ପୂର୍ବତନ ମନ୍ତ୍ରୀ ରାଘବ ପରିଡା ଯୋଗ ଦେଇ ଏସ ଆଇ ଆର ପର୍ଯ୍ୟାୟ କୁ ସଫଳ ରୂପାୟନ କରିବା ସହ ଭୋଟ ଲିଷ୍ଟ ରେ ନାମ ଯୋଡିବା ର ଅନ୍ତିମ ଦିନ ପୂର୍ଵ ରୂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ. ପୂର୍ବତନ ବିଧାୟକ ତ୍ରିନାଥ ବେହେରା,ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ,ଉପ ସଭାପତି ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଶିକ୍ଷଣ ପର୍ଯ୍ୟବେକ୍ଷକ ଭାବେ ଭୋକାଲି ସେଠି ଉପସ୍ଥିତ ରହି ଭୋଟର ଲିଷ୍ଟ ରେ ବାଦ ପଡ଼ିଥିବା ହିତାଧିକାରୀ ଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ.ନିର୍ବାଚନ ମଣ୍ଡଳୀ ର 295 ବୁଥ ରହିଥିବା ବେଳେ ସମସ୍ତ ବି ଏଲ ଓ -2 ଙ୍କୁ କୌଣସି ହିତାଧିକାରୀ ଯେପରି ବାଦ ନ ପଡିବେ ସେ ଦିଗରେ ସହଯୋଗ କରିବେ ବୋଲି ରବୀନ୍ଦ୍ର କହିଥିଲେ.ଆସନ୍ତା 19 ତାରିଖ ସୁଦ୍ଧା ନା ଯୋଡିବା ପାଇଁ ସମୟ ଧାର୍ଯ୍ୟ ସରକାର ରଖିଥିବା ବେଳେ ଭୋଟର ଲିଷ୍ଟ ରେ ନାମ ଥାଇ ନୋଟିସ ଆସିଲେ ଗୁରୁତର ସହ ନେବାକୁ କୁହାଯାଇଛି.କାର୍ଯ୍ୟକ୍ରମ ରେ ଚିକିଟି ବ୍ଲକ କଂଗ୍ରେସ ସଭାପତି ନିଗମାନନ୍ଦ ପଣ୍ଡା,ପାତ୍ରପୁର ବ୍ଲକ ସଭାପତି ଶ୍ରୀବତ୍ସ ପ୍ରଧାନ,ଉମାକାନ୍ତ ପାଣିଗ୍ରାହୀ,କ୍ଷମା ପ୍ରସାଦ ମହାରଣା,ରାମରାଓ,ବି.ଭୁବନେଶ୍ୱର,ସୀତାୟା ରେଡି,କିଶୋର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

