ଫୁଲବାଣୀ,୫/୮(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ନୁଆସାହି ଉପ୍ରା ବିଦ୍ୟାଳୟ ପରିସରରେର ଚଳିତ ବର୍ଷ ର ପ୍ରଥମ ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି |ଏହି ବୈଠକ ରେ ଅଭିଭାବକ, ଏସଏମସି ସଦସ୍ୟ,ସଦସ୍ୟା ଗ୍ରାମବାସୀ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷୟତ୍ରୀ ପୁଷ୍ପଲତା ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ| ସିଆରସିସି ଗାୟତ୍ରୀ ପାଳ ବୈଠକରେ ଗଣଶିକ୍ଷା ବିଭାଗ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ବିଦ୍ୟାଳୟରଉନ୍ନତି ଓ ସମସ୍ତ କାର୍ଯ୍ୟକ୍ରମ ରେ ଅଭିଭାବକଙ୍କ ଭୁମିକା ସମ୍ପର୍କ ରେ ସହକାରୀ ଶିକ୍ଷକ ଦୟାନିଧି ମହାରଣା ଆଲୋକପାତ କରିଥିଲେ । ଏହି ବୈଠକରେ ଛାତ୍ର ଛାତ୍ରୀ ମାନଙ୍କୁ ଠିକ ଭାବରେ ମଧ୍ୟାହ୍ନ ଭୋଜନ ପ୍ରଦାନ, ମା ନାମରେ ଗଛଟିଏ,ହର ଘର ତ୍ରିରଙ୍ଗା ଓ ମୋବାଇଲ ଠାରୁ ପିଲାଙ୍କୁ ଦୂରେଇବା ସମେତ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା । ଏଥିରେ ସ୍କୁଲ କମିଟି ଅଧ୍ୟକ୍ଷା ଭାନୁମତି ପ୍ରଧାନ ଉପସଭାପତି ମିନି ପାତ୍ର ଗ୍ରାମ୍ୟକମିଟି ଉପଦେଷ୍ଟା ଶିବପ୍ରଧାନୀ ସ୍କୁଲ କମିଟି ସଦସ୍ୟ ମାନସ ରଞ୍ଜନ ଅମାୟତ, ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ବିଦ୍ୟାଳୟ ର ଉନ୍ନତି ପାଇଁ ସୁଚିନ୍ତିତ ମତାମତ ରଖିଥିଲେ |ଶେଷରେ ଶିକ୍ଷୟତ୍ରୀ ବବିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

