ଗଞ୍ଜାମ/ବୁଗୁଡ଼ା,୫।୮(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଉଦଯାପିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ପୌରାହିତ୍ୟ କରିଥିବାବେଳେ ବୁଗୁଡ଼ା ଥାନା ଅଧିକାରୀଙ୍କ ପ୍ରତିନିଧି ଭାବେ ଶ୍ରୀଯୁକ୍ତ ଅଜୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ,ଯୁକ୍ତଦୁଇ ଅଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ ମୁଖ୍ୟ ବକ୍ତା ଭାବେ, ଯୁକ୍ତଦୁଇ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସୁଜାତା କୁମାରୀ ପଟ୍ଟନାୟକ ଆତ୍ମସୁରକ୍ଷା କୌଶଳ କାର୍ଯ୍ୟକାରି ଅଧିକାରୀଣୀ ସନ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ଶକ୍ତିଶ୍ରୀ କର୍ମଶାଳା ଦ୍ଵାରା ଲୁକାୟିତ ପ୍ରତିଭାର ବିକାଶ ସହ ଆତ୍ମିକ ସାହସ ସୃଷ୍ଟି ହେଇପାରିବ। ଏତଦବ୍ୟତୀତ କର୍ମଶାଳାର ଉଦଯାପନୀ ଦିବସରେ ବରିଷ୍ଟ ଅଧ୍ୟାପକ ଶ୍ରୀ ଆମୟ କୁମାର ସ୍ୱାଇଁ,ଡ଼କ୍ଟର ଏ ଜିତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ପ୍ରମିଳା ବେହେରା, ଏ ଶିବାନୀ ଦେବି ଆଚାରୀ, ଉମା ଶଙ୍କର ଗୌଡ଼, କୃଷ୍ଣଚନ୍ଦ୍ର ନାହାକ, ସିମାଞ୍ଚଳ ଗୌଡ଼, ଏନ ମୁଦୁରାଜୂ ଦୋରା, ନବଘନ ପ୍ରଧାନ, ଶୁଭଲଷ୍ମୀ ଖାଡ଼ଙ୍ଗା, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଆଶିଷ କୁମାର ନାଇକ, ସନାତନ ନାୟକ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ମିନତୀ ଆଚାରୀ କର୍ମଶାଳାକୁ ସୁଚାରୁରୂପେ ପରିଚାଳନା କରିଥିଲେ।ପରିଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ ତଥା ପୂର୍ବତନ ଏନ ସ ସ ଅଧିକାରୀ ଡ଼କ୍ଟର ଏ ଜିତେଶ ରାଓ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

