ଫୁଲବାଣୀ,୫।୦୮(ସୁନୀଲ ପଟନାୟକ):ଫୁଲବାଣୀ ସହର ର ଜଣାଶୁଣା ହୋମଓପାଥିକ ଡାକ୍ତର ସୁବ୍ରତ କୁମାର ମିଶ୍ର ଙ୍କ ପରଲୋକ ହୋଇଯାଇଛି l ଡାକ୍ତର ମିଶ୍ର କିଛି ମାସ ଧରି ଅସୁସ୍ଥ ଥିଲେ ଓ ପୁରୀ ରେ ରହୁଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ହୋଇଥିଲା l ସ୍ବର୍ଗତ ମିଶ୍ର ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି l ଝିଅ ସ୍ନେହ ଲତା ମିଶ୍ର ଜଣେ ଡ଼ାକ୍ତର ଓ ରୋଟାରିଆନ ମଧ୍ଯ lସ୍ବର୍ଗତ ମିଶ୍ର ଙ୍କ ପରଲୋକ ଖବର ପାଇବା ପରେ ଫୁଲବାଣୀ ରୋଟାରୀ କ୍ଲବ୍ ପକ୍ଷରୁ ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ମଙ୍ଗଳବାର ରୋଟାରୀ କ୍ଲବ ସଭାପତି ବିଜୟ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ପୁର୍ବତନ ରୋଟାରୀ କ୍ଲବ ସଭାପତି ତଥା ସମାଜସେବୀ ବିପ୍ର ଚରଣ ପାତ୍ର, ପ୍ରମୁଖ ସ୍ୱର୍ଗତ ମିଶ୍ର ଜଣେ ଭଲ ଚିକିତ୍ସକ, ସମାଜ ସେବୀ, ଓ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପ୍ରଚାରକ ଥିଲେ ବୋଲି କହିବା ସହ ତାଙ୍କ ଅବର୍ତ୍ତମାନ ଆମ ସମସ୍ତ ଙ୍କ ପାଈଁ ଅପୂରଣୀୟ କ୍ଷତି ବୋଲି କହିଥିଲେ l ସେହିପରି ଡାକ୍ତର ସୁବ୍ରତ କୁମାର ମିଶ୍ର ଙ୍କ ପରଲୋକ ରେ ବରିଷ୍ଠ ଆଇନଜୀବୀତଥା ଅନୁକୂଳ ଚନ୍ଦ୍ର ଡିଭୋଟି ଭଗବାନ ମହାନ୍ତି, ଅବସରପ୍ରାପ୍ତ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମ ଚରଣ ମହାନ୍ତି, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଧବ କହଁର, ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ, କେ ଜ୍ଞାନ ଦୋରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l

