ବ୍ରହ୍ଣପୁର, ୭।୮(ନିଗମାନନ୍ଦ ପଣ୍ଡା):ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାରେ ଏବଂ ଶିକ୍ଷକ ମାନଙ୍କ ଯୁକ୍ତି ଯୁକ୍ତ ଦାବି ସମାଧାନ କରିବାରେ ରାଜ୍ୟର ଡବଲ୍ ଇଂଜିନ୍ ସରକାର ବିଫଳ ହୋଇଥିବା ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦାନ କରଯାଇଛି | ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଗିରିରୋଡ଼ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷକ ସମନ୍ୱୟ ସମିତି ତରଫରୁ ଓଷ୍ଟା ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି l ମିଳିତ ସମନ୍ୱୟ ସମିତିର ଆବାହକ ତଥା ଓଷ୍ଟାର ଜିଲ୍ଲା ସମ୍ପାଦକ ରାମ ଚନ୍ଦ୍ର ପୋଲାଇ ଆନ୍ଦୋଳନର ଉଦ୍ଦେଶ୍ୟ ଜ୍ଞାପନ ପରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ଗଣ ସଂଗଠନର ପ୍ରତିନିଧି ବୃନ୍ଦ ଏଥିରେ ଯୋଗ ଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ଦାବିକୁ ସମର୍ଥନ କରି ଭବିଷ୍ୟତ ରେ ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ସହଯୋଗ ଜାରିବା ପାଇଁ ପ୍ରତିଶୃତି ଦେଇଥିଲେ | କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ଡ଼ଃ ତ୍ରିନାଥ ବେହେରା, ଜିଲ୍ଲା ଉପସଭାପତି ବୃନ୍ଦାବନ ଖଟାଇ,ଅଶୋକ କୁମାର ପଟ୍ଟନାୟକ,ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ,ସିପିଏମ ତରଫରୁ ଯୁଧିଷ୍ଠିର ବେହେରା ଆପ୍ ତରଫରୁ ଆଦିତ୍ୟ କୁମାର ତ୍ରିପାଠୀ, ଓଡିଶା ସେବାନିବୃତ୍ତ ବିକାଶ ମଞ୍ଚ ତରଫରୁ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଶିକ୍ଷକ ମହାସଂଘ ସମ୍ପାଦକ ଅଶୋକ କୁମାର ଦଳେଇ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ସଭାପତି ସନ୍ତୋଷ କୁମାର ଜେନା,ପୂର୍ବତନ ସମ୍ପାଦକ ବିଜୟ କୁମାର ବେହେରା ପ୍ରମୁଖ ବକ୍ତବ୍ୟ ରଖି ସମସ୍ତ ଅନୁଦାନ ଯୋଗ୍ୟ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହ ଅନୁଦାନ ପ୍ରଦାନ ଓ ପେନସନ୍ ବ୍ୟବସ୍ଥା କରିବା,ସମସ୍ତ ଶିକ୍ଷନୁଷ୍ଠାନରେ ପଦବୀ ପୂରଣ ଓ ସରକାରୀ କରଣ, ଅଵସର ବୟସ ସୀମା 62 ରେ ନିର୍ଦ୍ଧାରଣ,ନୂତନ ପେନସନ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନରେ ପୁନଃ ପ୍ରଚଳନ, 2004 ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ 6 ଟି ନୋସନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ ସହ ବରିଷ୍ଠତା ପ୍ରଦାନ, ମାନ୍ୟବର ଉଚ୍ଚ ବିଚାରାଳୟଙ୍କ ପେନସନ ଓ ଅନୁଦାନ ପ୍ରଦାନ ସମ୍ବନ୍ଧୀୟ ନିର୍ଦ୍ଦେଶକୁ କାର୍ଯ୍ୟକରିବା ପ୍ରଭୃତି ଦାବି ଉପରେ ଆଲୋଚନା କରି ଦାବୀ ସମୁହକୁ ସମର୍ଥନ କରି ଶିକ୍ଷକ ଆନ୍ଦୋଳନ ସହ ରହିବା ପ୍ରତିଶୃତି ଦେଇ ଥିଲେ | ରାଜ୍ୟ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡିଇଓ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା |ରାଜ୍ୟ ଓଷ୍ଟାର ପୂର୍ବତନ କୋଷାଧ୍ୟକ୍ଷ ତଥା ଜିଲ୍ଲା ସମ୍ପାଦକ କାମରାଜୁ ମହାରଣାଙ୍କ ବିକ୍ଷୋଭ ସମାବେଶକୁ ଉଦବୋଧନ ଦେଇ ଡ଼ିଇଓ ଅଫିସରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ଉଦବୋଧନ ଦେଇଥିଲେ | କାର୍ଯ୍ୟକାରୀ ସଭାପତି କେଦାରନାଥ ପଟ୍ଟନାୟକ, ନୀଳାମ୍ବର ପଟ୍ଟନାୟକ,ପ୍ରମୁଖ ପରିଚାଳନା କରିଥିଲେ |ଡିଇଓ ଙ୍କ କାର୍ଯାଳୟରେ କିଛି କର୍ମଚାରୀ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର କରିବାରେ ଲିପ୍ତ ରହିବା ବିଷୟରେ ଡିଇଓ ଙ୍କ ଦୣଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଡିଇଓ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧ ମଣ୍ଡଳୀକୁ ପ୍ରତିଶୃତି ଦେଇଥିଲେ |ଏହି ବିକ୍ଷୋଭ ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଦୁଇ ଶହରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଅଂଶ ଗ୍ରହଣ କରି ଅସନ୍ତୋଷ ପ୍ରକାଶ କରିଥିଲେ |

