ଫୁଲବାଣୀ,୧୦/୦୮( ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକର ବଣ୍ଡୁଗୁଡା ପଞ୍ଚାୟତର କୂପା ଗୁଡା ଗ୍ରାମରେ ଲୋକେ ଦୀର୍ଘ ବର୍ଷ ଧରି ପକ୍କା ରାସ୍ତା ଟିଏ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ଦୀର୍ଘ ୭୯ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ଟିଏ ନିର୍ମାଣ ହୋଇପରିଲାନି l ଫଳରେ ପ୍ରତିବାଦ କରି ଗ୍ରାମର ମହିଳା ମାନେ ମାଟି କାଦୁଅ ରାସ୍ତାରେ ଧାନ ବୁଣିଲେ ଓ ଧାନ ରୋଇ ପ୍ରତିବାଦ କରି ଥିଲେ l ପ୍ରଶାସନ ର ଅପାରଗତା ଓ ଅବହେଳା ପାଈଁ ଲୋକେ ଅତିଷ୍ଟ ହୋଇଛନ୍ତି! ବିଧାୟକ, ସାଂସଦ ଓ ଜିଲ୍ଲା ପରିଷଦ ପାଣ୍ଠି ଗ୍ରାମବାସୀଙ୍କ ପାଖରେ ପହଁଚିଲା ନାହିଁ! ମାଟି କାଦୁଅ ରାସ୍ତାରେ ଲୋକେ ବିଶେଷ କରି ବର୍ଷା ଦିନେ ହନ୍ତସନ୍ତ ହେଉଛନ୍ତି!ଛାତ୍ର ଛାତ୍ରୀ ଖାଲ ଖମା ରାସ୍ତା. ମଗାଡିଙ୍ଗିଆ ଠାରୁ ଆରମ୍ଭ କରି କପୁଗୁଡା, ମାହାଗୁଡା, ଅଲିକୁଟି ଓ କେହେଲି ଗାଣ୍ଡା ଦେଇ କଂଗେରିକିଆ ପର୍ଯ୍ୟନ୍ତ ୪ କିମି ମାତିକାଦୁଅ ରାସ୍ତାରେ ଯିବା ଆସିବା କରିବା ପାଇଁ ବାଧ୍ୟ ହେଉ ଛନ୍ତି l ଏପରିକି ରାସ୍ତାର ଅବସ୍ଥା ଶୋଚୋନୀୟ ଥିବାରୁ ଗ୍ରାମକୁ ଅଗ୍ନିଶମ ଓ ଆମ୍ବୁଲାନ୍ସ ଗାଡି ଆସିପାରୁନାହିଁ! ପକ୍କା ରାସ୍ତା ନିର୍ମାଣ ପାଈଁ ଗ୍ରାମ ର ନିରାକାର ପ୍ରଧାନ,ଶିଖ ଚନ୍ଦ୍ର ପ୍ରଧାନ, ଭୀମରାଜ ମଲିକ, ବିଜୟ ପ୍ରଧାନ ସୁରଥ ବଗର୍ତି, ଭୀମରାଜ ମଲିକ ଗୌର ଚନ୍ଦ୍ର ବିନ୍ଧାଣି,ସୁବର୍ଣ୍ଣ ବେହେରା, ଯୁବରାଜ ମଲିକ, ଗୋପ ବନ୍ଧୁ ଡିଗାଲ କୂପଗୁଡା ରାସ୍ତା କୁ ପ୍ରଧାନ ମନ୍ତ୍ରୀଗ୍ରାମ ସଡ଼କ ଯୋଜନା ରେ ସାମିଲ କରିବାକୁ ଦାବୀ କରିଛନ୍ତି l

