ନୂଆପଡ଼ା,୧୨।୮(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘର ଏକ ସାଧାରଣ ବୈଠକ ସଂଘର ସଭାପତି ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସାମ୍ବାଦିକ ବିଜୟ ସାହିସ, ଶୋକନାଥ ସେନାପତି ଏବଂ ବରିଷ୍ଠ ସାମ୍ବାଦିକ ବୀରବଲ ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ବୈଠକରେ ସାମ୍ବାଦିକମାନଙ୍କ ସମସ୍ୟା, ସଂଘର ସାଂଗଠନିକ କାର୍ଯ୍ୟକଳାପ ଓ ଆଗାମୀ ଦିନରେ ସଂଘକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ସଂଘର ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ନିଜ ନିଜ ମତାମତ ପ୍ରକାଶ କରିଥିଲେ। ବୈଠକ ଶେଷରେ ସଂଘର ଏକତା ଓ ସାମ୍ବାଦିକମାନଙ୍କ ସ୍ୱାର୍ଥ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା।

