ଫୁଲବାଣୀ, ୩୦/୩(ସୁନୀଲ ପଟନାୟକ )ଫୁଲବାଣୀ ସହର ର ନାରାୟଣୀ ରୋଡ଼ରେ ଥିବା ସହରାଞ୍ଚଳ ମେଡିକାଲ ପଛ ପାଖରେ ଚିକିତ୍ସା ବିଭାଗର ଷ୍ଟାଫ କ୍ୱାଟର ଅଧାପନ୍ତରିଆ ଅବସ୍ଥାରେ ବହୁ ଦିନ ଧରି ପଡିଥିବା ବେଳେ, ଏହି କାର୍ଯ୍ୟ କେଉଁ ଏଜେନ୍ସି କରୁଛି ? ଏହାର ସମୟ ସୀମା କଣ ?? କେତେ ଟଙ୍କା ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି ??? ଏହାର କିଛିବି ସୂଚନା ଫଳକ ଲାଗିନାହିଁ । ଅନୁସନ୍ଧାନରୁ ଜଣାପଡିଛି ପୂର୍ତ୍ତ ବିଭାଗ ଦ୍ଵାରା ଏହି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲା ବାହାରର ଜଣେ ଠିକାଦାରକୁଆଡ଼େ ଏହି କାମକୁ କରୁଥିଲେ । କାର୍ଯ୍ୟ ର ସମୟ ସୀମା ସରିଯାଇଥିଲେ ମଧ୍ୟ ଠିକାଦାର ମନ୍ଥର ଗତିରେ କାମ ଚଳାଇଛନ୍ତି । ଅଭିଯୋଗ ହେଉଛି ଏହି ନିର୍ମାଣଧୀନ କୋଠାଏବେ ରାତିରେ ଗଞ୍ଜେଇ ଓ ଡ୍ରଗ୍ସ ମାଫିଆଙ୍କ ଏକ ହବ ପାଲଟିଛି। ବହୁ ଅସାମାଜିକ କାର୍ଯ୍ୟ ଚାଲିଛି ଏଠାରେ l ଏଥିରେ ଠିକା ଏଜେନ୍ସିଙ୍କ ଭୂମିକାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରୁଛନ୍ତି। ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏହି ନିଶା କାରବାର ଓ ଆଡ୍ଡାକୁ ନେଇ ଟାଉନ ଥାନାରେ ସୂଚନା ଦେଇଥିବା ନେଇ ସେ ମତ ଦେଇଛନ୍ତି। ନିର୍ମାଣ କାମ ଅତି ନିମ୍ନ ମାନର ଓ ମନ୍ଥର ଗତି ଉଦେଶ୍ୟ ମୂଳକ ଭାବେ ଠିକା ଏଜେନ୍ସି କରୁଥିବା ବେଳେ ଏହା ପଛରେ ନିଶା କାରବାର ନେଇ ଯେଉଁ ଅଭିଯୋଗ ଉଠୁଛି ଏହା ଦୃଢ଼ୀବୁତ ହେଉଛି । ମେଡିକାଲ ପରିସର ଓ ନିକଟରେ ମହିଳା ମହାବିଦ୍ୟାଳୟ, ଶିଶୁ ମନ୍ଦିର, ପବ୍ଲିକ ସ୍କୁଲ ଓ କାର୍ମେଲ ସ୍କୁଲ ଭଳିଅନେକ ଶିକ୍ଷାନୁଷ୍ଠାନ ଚାଲି ଥିବା ବେଳେ ପୋଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି ।

