ବେଗୁନିଆ ପଡ଼ା,୧୯।୮(ବାପୁନି ମାଲୁ):ବର୍ଷକ ତଳେ ବାପା ଏବଂ କିଛିଦିନ ତଳେ ନିଜ ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ଅନାଥ ସାଜିଛନ୍ତି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରି ପଞ୍ଚାୟତର କନିଆରୀବାଡି ଗ୍ରାମର ଚାରି ସନ୍ତାନ। ୭୫ ବର୍ଷୀୟା ବୁଢ଼ୀମାଆର ଦୁର୍ବଳ କାନ୍ଧରେ ତିନି ନାତୁଣୀ ଓ ଜଣେ ନାତିର ଭାର ଲଦି ଦେଇ ଜଣକ ପରେ ଜଣେ ଏକା କରିଦେଇ ଆରପାରିକୁ ଚାଲିଗଲେ ପୁଅ ବାହାନ ଓ ବୋହୁ ସୁକାନ୍ତି। ଆର୍ଥିକ ଅକ୍ଷମତାର ଆକଟରେ ପରିବାର ଏବେ ସୁକାନ୍ତିଙ୍କ ଶୁଦ୍ଧିକ୍ରିୟା କରାଇବା ଲାଗି ମଧ୍ୟ ଅସମର୍ଥ ହୋଇ ପଡ଼ିଥିଲେ। ଏହି ଭଳି ଏକ ବିପଦରେ ପରିବାରର ବିପଦର ବନ୍ଧୁ ହୋଇ ଠିଆ ହେଲା ବିପଦର ବନ୍ଧୁ ଓଡିଶା ସଂଗଠନ। ପ୍ରାଥମିକ ଅବସ୍ଥାରେ ସଦସ୍ୟମାନେ ପରିବାର ନିକଟରେ ପହଞ୍ଚି ସାନ୍ତ୍ୱନାଦେବା ସହ ସାହାର୍ଯ୍ୟର ହାତ ବଢ଼େଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ନିଜ ପ୍ରତିଶ୍ରୁତି ମୁତାବକ ସଂଗଠନର ସଦସ୍ୟମାନେ ପହଞ୍ଚି ଶୁଦ୍ଧିକ୍ରିୟା ଲାଗି ସମସ୍ତ ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ସହ ପିଲାମାନଙ୍କୁ ପାଇଁ ନୂତନ ପୋଷାକ ପ୍ରଦାନ କରିଥିଲେ। ତତ୍ ସହିତ ଆଗାମୀ ଦିନରେ ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ନେଇ ସେମାନଙ୍କୁ ସ୍ୱାଭଲମ୍ବୀ କରିବା ଲାଗି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆମ ବିପଦର ବନ୍ଧୁ ଟିମ ଓଡିଶା ।

