ବ୍ରହ୍ମପୁର,୧୯/୮(ହିମାଂଶୁ ଶେଖର ସାବତ):ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ଗ୍ରାମ ର ତିନି ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ବୁଧବାର ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ‘ଜଷ୍ଟ ରାଇଟସ ଫର ଚିଲଡ୍ରେନ’ ଏବଂ ‘ଇଣ୍ଡିଆ ଚାଇଲଡ଼ ପ୍ରୋଟେକ୍ସନ’ ତରଫରୁ ‘ସେବା’ ସମ୍ପାଦିକା ଶ୍ରୀ ଅଳକା ସାହୁଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିଷେଧ ଆଇନ,ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ,ଶିଶୁ ଶ୍ରମିକ ଆଇନ,ଶିଶୁ ଚାଲାଣ ଆଇନ,ଶିଶୁଙ୍କ ବିଭିନ୍ନ ଅଧିକାର,କିଶୋର ନ୍ୟାୟ ଆଇନ,ନିଃଶୁଳ୍କ ଆଇନ ସେବା, ଗୁଡ଼ ଟଚ-ବେଡ଼ ଟଚ, ଋତୁଶ୍ରାବ ଏବଂ ବିଭିନ୍ନ ସରକାରୀ ସହାୟତା ନମ୍ବର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଗ୍ରାମର କିଶୋରୀ ବାଳିକାମାନେ ବହୁ ମାତ୍ରାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଭିନ୍ନ ବିଷୟ ଉପରେ ଜ୍ଞାନ ଆହରଣ କରିଥିଲେ l ଜ୍ୟୋସ୍ନା କୁମାରୀ ସାହୁ, ଅଙ୍ଗନୱାଡି କର୍ମୀ ମମତା ଦଳେଇ, ସୁସୁମା ଦଳେଇ,ବିଜୟଲକ୍ଷ୍ମୀ ଦଳେଇ,ମମିସ୍ମିତା ଜେନା,ସହାୟିକା ମିନତୀ ରାଉତ,ଏମ. ଲକ୍ଷ୍ମୀ, ସରସ୍ବତୀ ଦଳେଇ,ବି.ବି ତୋପ’ଙ୍କ ସମେତ ବହୁ କିଶୋରୀ ବାଳିକା କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ‘ଜଷ୍ଟ ରାଇଟସ ଫର ଚିଲଡ୍ରେନ’ ଏବଂ ‘ଇଣ୍ଡିଆ ଚାଇଲଡ଼ ପ୍ରୋଟେକ୍ସନ’ ତରଫରୁ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କରିବା ପାଇଁ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ଏକ ଶପଥ ପାଠ କରାଯାଇଥିଲା l

