ବୁଗୁଡା : ୩୦/୦୩:(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ରେବତୀ ମୋହନ ନାୟକଙ୍କ ଧର୍ମପତ୍ନୀ ପ୍ରଫୁଲ୍ଲ କୁମାରୀ ନାୟକ(୮୦)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ବ୍ରହ୍ମପୁରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନରେ ତାଙ୍କର ବିୟୋଗ ଘଟିଥିଲା। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ପୁଅ ଓ ବୋହୁଙ୍କ ସମେତ ଆତ୍ମୀୟସ୍ବଜନଗଣ ଉପସ୍ଥିତ ରହିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେ ଗତ ୨୦୧୨ ମସିହାରେ ବି.କରଡ଼ାବାଡ଼ି ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।ଏଥି ସହ ଏକଦା ସେ ବି କରଡାବାଡି ସେବା ସମବାୟ ସମିତିର ଉପ ସଭାପତି ରୂପେ ମଧ୍ଯ କାର୍ଯ୍ୟ କରିଥିଲେ ।ସେ ଜଣେ ସରଳ, ପରୋପକାରୀ ଓ ଧର୍ମ ପରାୟଣା ମହିଳା ଥିଲେ।ତାଙ୍କର ମୃତ୍ୟୁରେ ଏ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି।

