ଫୁଲବାଣୀ,୩୧/୦୧ (ସୁନୀଲ ପଟ୍ଟନାୟକ):ପାରିବାରିକ କଳହ ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନା ହାଣl ଗାଁ ରେ ଜଣେ ବିବାହିତ ଯୁବକ ଆତ୍ମହତ୍ୟା କରିଛି l ସେ ପୁର୍ବରୁ ବିବାହିତ ହୋଇଥିଲେ ବି ପରେ ଅନ୍ୟ ଜଣେ ମହିଳା ଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଦ୍ୱିତୀୟ ସ୍ତ୍ରୀର ମାନ୍ୟତା ଦେଇ ଥିଲେ l ଫଳରେ ଦିର୍ଘ୍ ଦିନ ଧରି ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀ ସହ ରାଜୀବ ଙ୍କ ପାଟିତୁଣ୍ଡ ଚାଲିଥିଲା l ତେବେ ଗତ କିଛି ଦିନ ତଳେ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କ ବିରୁଦ୍ଧରେ ଫିରିଙ୍ଗିଆ ଥାନା ରେ ଅଭିଯୋଗ କରିଥିଲା l ଫଳରେ ପୋଲିସ୍ ରାଜୀବ କୁ ଥାନା କୁ ଡାକି ପଚରା ଉଚୁରା କରି ଥିଲା l ଏହାପରେ ସେ ଦ୍ଵିତୀୟ ସ୍ତ୍ରୀ ସହ ରହୁଥିଲେ l ଶନିବାର ପରିବାର ଲୋକ ଶୋଇପଡିବା ପରେ ମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତ୍ରରେ ବେକରେ ରଶି ଲଗାଇ ଆତ୍ମ ହତ୍ୟl କରିଥିଲେ l ଏ ସଂପର୍କରେ ସକାଳୁ ଦ୍ୱିତୀୟ ସ୍ତ୍ରୀ ର ପରିବାର ଲୋକ ଥାନାରେ ଖବର ଦେଇ ଥିଲେ l ପୋଲିସ ୫/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଥାନା ଅଧିକାରୀ ମୁରଲୀ ଧର ସାହୂ କହିଛନ୍ତି l

