ଫୁଲବାଣୀ,୨୦।୦୮(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଆଜିଠୁ (ଗୁରୁବାର) ଆରମ୍ଭ ହୋଇଛି ୮୧ତମ ରାଜ୍ୟ ପୋଲିସ ଫୁଟବଲ ମ୍ୟାଚ l କଂଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମ୍ୟାଚ୍ ଆରମ୍ଭ ହୋଇଛି l ଏହି ମ୍ୟାଚ୍ ଆଗlମୀ ସେପ୍ଟେମ୍ବର ୨ଯାଏଁ ଚାଲିବ l ଏହି ଚମ୍ପିୟାନ ସିପ ମ୍ୟାଚ୍ ରେ ରାଜ୍ୟ ପୋଲିସ ଓ ଓ ଏସ ଏ ପି, ଆଇ ଆର୍ ବି ଏନ୍ ଆଦି ୪୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି l ଏ ସବୁ ମ୍ୟାଚ୍ ସହର ର ପୋଲିସ୍ ରିଜର୍ଭ ପଡିଆ, କଂଧମାଳ ଷ୍ଟାଡିୟମ୍, କୋରୋନେଶନ ପଡିଆ, ବୁଢ଼ା ଦାନି ପଡିଆ ରେ ପ୍ରତ୍ୟହ ଅନୁଷ୍ଠିତ ହେବ l ଆଜି ଉଦ୍ ଘlଟନି ମ୍ୟାଚ୍ ରେ କନ୍ଧମାଳ ଟିମ୍, ସିଗ୍ନାଲ କଟକ, ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଠାରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେଉଥିବାରୁ ଫୁଟବଲ ପ୍ରେମୀ, କ୍ରୀଡ଼ା ପ୍ରେମୀ ଓ ଜନସାଧାରଣ ଙ୍କ ମଧ୍ୟରେ ଖୁସୀ ର ଲହରୀ ଖେଳି ଯାଇଛି l ବହୁ ସଂଖ୍ୟାରେ ଦର୍ଶକ ଖେଳ ଉପଭୋଗ କରିଥିଲେ l ଖେଳ ଯେପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେଥିପ୍ରତି ପୋଲିସ ସତର୍କ ନଜର ରଖିଛି l

