ଭଞ୍ଜନଗର,୨୨।୮: ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ଅଞ୍ଚଳରେ ଅନେକ ସମୟରେ ବାଘ ଆତଙ୍କ ଆଗରୁ ନଜରକୁ ଆସିଥିଲା, କେତେବେଳେ ଗୃହପାଳିତ ପଶୁ ଆକ୍ରମଣ କରିଥିଲା ତ କେତେ ବେଳେ ଜନବସତି ଅଞ୍ଚଳରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା, କିନ୍ତୁ ବନ ବିଭାଗ ପାଖରେ କୌଣସି ଖବର ନ ଥିଲା।କିନ୍ତୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ତରିକୁପା କ୍ଷେତମୁଣ୍ଡଳୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଦୁଇଟି ବାଘ ଛୁଅ। ଖେଳୁଥିବା ର ଦୃଶ୍ୟ ଏବେ ସାମ୍ନାକୁ ଅ।ସିଛି । ଜଗନ୍ନାଥପ୍ରସାଦ ବ୍ଲକର ଉପାଧ୍ୟକ୍ଷ ନିଳାଚଚଂଳ ଖିଲାର ନିଜ କାରରେ କ୍ଷତମୁଣ୍ଡଳୀ ଗ୍ରାମରୁ ଫେରୁଥିବା ବେଳେ ଏହି ଦୃଶ୍ୟ ଦେଖି ନିଜ ମୋବାଇଲରେ ରେ କଏଦ କରିଥିଲେ । ଏହା ପରେ ସେ ନିଜସ୍ଵ ସୋସିଅ।ଲ ମିଡିଅ। ପେଜରେ ପୋଷ୍ଟ କରିଥିବା ଜଣାପଡିଛି । ତେବେ ଦୁଇଟି ବାଘ ଛୁଅ। କଲରାପତରିଅ। ବୋଲି ଜଣାପଡିଛି । ଭିଡିଓ ଟି ଏବେ ଭାଇରାଲ ହେବାରେ ଲାଗିଛି । ଏଠାରେ ପ୍ରଶ୍ନ ଉଠୁଛି ଯଦି ଦୁଇ ବାଘ ଛୁଆ ଥିବେ ତା ହେଲେ ସେହି ପାଖରେ ମା ବାଘୁଣୀ ମଧ୍ୟ ନିଶ୍ଚିତ ଥିବ।ତେଣୁ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତା ବରଣ ସୃଷ୍ଟି ହୋଇଛି।ତେବେ ଦେଖିବାକୁ ବାକି ରହିଲା କେବେ ଓ କେମିତି ବନ ବିଭାଗ ପ୍ରକୃତ ତଥ୍ୟକୁ ସାମ୍ନାକୁ ଆଣିବ।

