ନୂଆପଡା,ସିନାପାଲି:୩୧/୦୩(ମାରମେଶ୍ୱର୍ ମେହେର)ନୂଆପଡ଼ା ଜିଲ୍ଲା ସିନାପାଲି ସହରର ମେହେରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ମଙ୍ଗଳବାର ପ୍ରତିବର୍ଷ ଭଲି ଚଳିତ ବର୍ଷର ବାର୍ଷିକ ଉତ୍ସବ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି ା ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଅସ୍ମିତା ପାଢ଼ୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଇଓ ଯତିଂଦ୍ର କୁମାର ସେଠ, ମୁଖ୍ଯବକ୍ତା ସିଆରସିସି ବଂଶୀଧର ଜଗତ ଓ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଂଚ ସୁନିତା ମେହେର, ବରିଷ୍ଠ ଶିକ୍ଷକ ହୄଦାନନ୍ଦ ମେହେର, କିଶୋର କୁମାର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ା ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନର ଏକ ସୁନ୍ଦର ସୁଯୋଗ ଆଣି ଦେଉଥିବାରୁ ଏହା ପିଲାଙ୍କ ମନରେ ଆଗ୍ରହ ଓ ଉତ୍ସାହ ଭରିଦିଏ ବୋଲି ଅତିଥିମାନେ ମତ ଦେଇଥିଲେ ା ପ୍ରାରମ୍ଭରେ ଶିକ୍ଷୟିତ୍ରୀ ରୀତାଞ୍ଜଳି ଚାନ୍ଦ ଓ ମିତା ମେହେରଙ୍କ ତତ୍ତ୍ବାବଧାନରେ ଅତିଥିମାନେ ଦେବପୂଜନ ପୂର୍ବକ କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ ା ଲୋକନାଥ ମେହେର ଓ ସନ୍ତୋଷିନୀ ମେହେର ମଂଚ ପରିଚାଳନା କରିଥିଲେ ା ପରେ ବିଦ୍ଯାଳୟର ନବନିର୍ମିତ ଅତିରିକ୍ତ ଶ୍ରେଣୀଗୄହକୁ ଅତିଥିମାନେ ଉଦଘାଟନ କରିଥିଲେ ା ଏ ଅବସରରେ ଗତ ଶିକ୍ଷାବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ମଧ୍ଯ ଦିଆଯାଇଥିଲା ା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୄତି ଛାତ୍ରଛାତ୍ରୀଙ୍କୁ ମଂଚରେ ପୁରସ୍କୃତ କରାଯାଇଥିଲା ା ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା ା କାର୍ଯ୍ଯକ୍ରମ ଆୟୋଜନରେ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ ା ଶେଷରେ ବରିଷ୍ଠ ଶିକ୍ଷକ ଲୋକନାଥ ମେହେର ଧନ୍ଯବାଦ ଦେଇଥିଲେ ା

