ବୁଗୁଡ଼ା,୨୮/୦୮(ପୂର୍ଣ୍ଣଚନ୍ଦ୍ର ବାରିକ):ବୁଗୁଡ଼ା ସ୍ଥିତ ଶ୍ରୀକର ଭଞ୍ଜ କ୍ରୀଡ଼ା ଓ ସାଂସ୍କୃତିକ ସଂଘ ପକ୍ଷରୁ ଆସନ୍ତା ୨୯ ଅଗଷ୍ଟ ୨୦୨୬ (ଶନିବାର) ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏକ ମାରାଥନ ଦୌଡ଼ ଆୟୋଜନ କରାଯିବ। ଭାରତର ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ସଂଘ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ମାରାଥନରେ ଅଂଶଗ୍ରହଣକାରୀମାନେ ସକାଳ ୫.୩୦ଟାରେ କଲେଜ ରୋଡ଼ ସ୍ଥିତ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବେ। ସକାଳ ୬ଟାରେ ମାରାଥନ ଦୌଡ଼ ଆରମ୍ଭ ହେବ। ଅଂଶଗ୍ରହଣକାରୀଙ୍କୁ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟମ ମାନିବା, ପର୍ଯ୍ୟାପ୍ତ ଜଳପାନ ଓ ସ୍ୱଚ୍ଛତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି।ସଂଘର ସଭାପତି ଡ଼ଃ ସୁବାଷ ଚନ୍ଦ୍ର ପରିଡ଼ାଙ୍କ ଆହ୍ୱାନ କ୍ରମେ ସମସ୍ତ ସଦସ୍ୟ ଓ କ୍ରୀଡ଼ାପ୍ରେମୀଙ୍କୁ ଏହି ମାରାଥନରେ ଯୋଗଦେଇ “ଫିଟନେସ୍, ଏକତା ଓ ଜାତୀୟତା”ର ବାର୍ତ୍ତା ପ୍ରସାର କରିବାକୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।

