ଭଞ୍ଜନଗର,୩୧/୩(ନିଲୁ ବିଷୋୟୀ):ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ସାନଖେମୁଣ୍ଡି ବିଧାୟକ ତଥା ପୂର୍ବତନ ଗଞ୍ଜାମ(ପଶ୍ଚିମ) ସଭାପତି ରମେଶ ଜେନା। ରମେଶ ନିଲମ୍ବିତ ହେବା ପରେ ସାଂଗଠନିକ ଜିଲ୍ଲାରେ ତାଙ୍କ ଜାଗାରେ ଦଳ ବରିଷ୍ଠ ନେତା ତଥା ଭଞ୍ଜନଗରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦଣ୍ଡପାଣି ପାତ୍ର ଙ୍କୁ ନୂତନ ସଭାପତି ଭାବେ ନିଯୁକ୍ତି ଦେଇଛି। ଛାତ୍ର କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପାତ୍ର ୧୯୯୬ ରେ ଭଞ୍ଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ। ପରେ ୨୦୦୦ ଓ ୨୦୦୪ ମସିହାରେ ଭଞ୍ଜନଗର ବିଧାନସଭା ଆସନରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚନ ଲଢିଥିଲେ।ମଙ୍ଗଳବାର ସଭାପତି ଭାବେ ତାଙ୍କ ନାଁରେ ଏଆଇସିସି ମୋହର ମାରିଛି। ଶ୍ରୀ ପାତ୍ର ସଙ୍ଗଠନକୁ ମଜବୁତ କରିବା ସହ ସମସ୍ତଙ୍କୁ ନେଇ କାଯ୍ୟ କରିବେ ବୋଲି କହିଛନ୍ତି।

