ଚିକିଟି,୨୯।୦୮(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ୍ ଅନ୍ତର୍ଗତ କ୍ଲଷ୍ଟର ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅଧୀନରେ ଗ୍ରାମପଂଚାୟତ ଓ କ୍ଲଷ୍ଟର ସ୍ତରୀୟ ସ୍ବେଛାସେବୀମାନଙ୍କ ତାଲିମ କାର୍ଯ୍ୟକ୍ରମ ଝାଟିପଦର ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଯୋଗଦେଇ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସାକ୍ଷରତାର ଗୁରୁତ୍ୱ ଓ ନିରକ୍ଷର ବୟସ୍କମାନଙ୍କୁ ସାକ୍ଷର କରିବା ଦିଗରେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସିଆରସିସି ଏ ଦମୟନ୍ତୀ ଉପସ୍ଥିତ ରହି ତାଲିମାର୍ଥୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ। ବ୍ଲକ ସମ୍ବଳ ଶିକ୍ଷକ ଜି. ବାଇଲଡୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ଉଲ୍ଲାସ କାର୍ଯ୍ୟକ୍ରମର ସଫଳ ରୂପାୟନ , ସ୍ବେଛାସେବୀଙ୍କ ଦାୟିତ୍ୱ, ଶିକ୍ଷାର୍ଥୀ ଚିହ୍ନଟ ଓ ପଞ୍ଜୀକରଣ ସମ୍ପର୍କିତ ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ରସେନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତାଲିମରେ ଯୋଗଦେଇଥିବା ସ୍ବେଛାସେବୀମାନେ ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

