ବୁଗୁଡ଼ା,୫/୦୯(ପୂର୍ଣ୍ଣ ଚନ୍ଦ୍ର ବାରିକ):ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରତୁଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଭଞ୍ଜନଗର ସାଂଗଠନିକ ଜିଲ୍ଲା ସ୍ତରୀୟ ଏହି ଜୟନ୍ତୀ ସମାରୋହ ବିଜେପି ଭଞ୍ଜନଗର ସାଂଗଠନିକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଛା ସଭାପତି ଗନ୍ଧମାର୍ଦ୍ଦନ ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଗୁରୁଜୀଙ୍କ ୬୫୦ ତମ ଜୟନ୍ତୀ ଉପଲକ୍ଷେ ସାମାଜିକ ସମାନତା ଓ ଭାତୃଭାବ ପ୍ରଚାର ଉଦ୍ଦେଶ୍ୟରେ ‘ସମରସ ସଂକଳ୍ପ ଅଭିଯାନ’ ଓ ‘କଳସ ବନ୍ଦନ ଅଭିଯାନ’ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଛାର ସଭାପତି ବାଇଧର ମଲ୍ଲିକ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, କରତୁଲି ବ୍ୟାଘ୍ରମ୍ବରି ମଠାଧୀଶ ସତ୍ୟାନନ୍ଦ ଗିରି ମହାରାଜ, ଭଞ୍ଜନଗର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ସୁନିଲ ପାଢ଼ୀ, ସାଧାରଣ ସମ୍ପାଦକ ସୀମାଂଚଳ ସାହୁ, ଏସ ସି ମୋର୍ଚ୍ଛା ସାଧାରଣ ସମ୍ପାଦକ ବିକାଶ ରଞ୍ଜନ ବେହେରା, ଏସସି ମୋର୍ଚ୍ଛା ସମ୍ପାଦକ ଶିବାଜୀ ସେଠୀ ଓ ଏସ ସି ମୋର୍ଚ୍ଛା କୋଷାଧ୍ୟକ୍ଷ ବାବାଜୀ ବେହେରା, ସରପଞ୍ଚ ଦିଲ୍ଲୀପ ପ୍ରଧାନ, ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନ, କରତୁଲି ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ପ୍ରମୋଦ ରାଉତ, ଶଙ୍କର ନାରାୟଣ ନାୟକ ପ୍ରମୁଖ ବିଜେପି କର୍ମକର୍ତ୍ତା ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ଗୁରୁ ଶ୍ରୀ ରବି ଦାସଙ୍କ ଜୀବନୀ ଓ ସମାନତା ପାଇଁ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଗୁରୁଜୀଙ୍କ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥଙ୍କ ସମେତ ଅନୁସୂଚିତ ଜାତି ମୋର୍ଚ୍ଛାର କରତୁଲି ମଣ୍ଡଳ ସଭାପତି ଶ୍ରୀନିବାସ ନାୟକ, ବୁଗୁଡ଼ା ମଣ୍ଡଳ ସଭାପତି ମିଟୁ ସେଠୀ ଓ ମୁଜାଗଡ଼ ମଣ୍ଡଳ ସଭାପତି ଶ୍ରୀନିବାସ ବେହେରା ଓ ସ୍ଥାନୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।

