ପୋଲସରା,୫।୮(ରୋହିତ୍ କୁମାର ପ୍ରଧାନ):ଗଛ ଲଗାଅ ପୃଥିବୀକୁ ବଞ୍ଚାଅ, ଦୀପ ଜଳାଅ ବିଶ୍ବକୁ ଶାନ୍ତି ଦିଅ, ଗୋଟିଏ ଦୀପ ସହିତ ହନୁମାନ ଚାଳିଶା ପଢି ବିଶ୍ବର ଶାନ୍ତି ପାଇଁ ଏକ ନିଆରା ଢଙ୍ଗରେ ନିଜ ଝିଅର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି, ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ରୁଖାକଣା ଗ୍ରାମର ସୁଭେନ୍ଦ୍ର ସାହୁ । ସେ ନିଜ ଦ୍ବିତୀୟ କନ୍ୟା ଶୁଭଶିକ୍ତା (ଗୁରୁଶ୍ରୀ) ସାହୁଙ୍କ ପ୍ରଥମ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହି ଅବସରରେ ରୁଖାକଣା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ଦଳେଇଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ କରି ସୁଭେନ୍ଦ୍ରଙ୍କ ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ କନ୍ୟା ଶୁଭଶିକ୍ତାକୁ ଦିର୍ଘାୟୁର ଆଶ୍ରୀବାଦ ପ୍ରଦାନ କରି ନିକଟସ୍ଥ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ । ଏହାପରେ ପ୍ରତ୍ୟେକ ଘରକୁ ଘର ଯାଇ ହନୁମାନ ଚାଳିଶା ପୁସ୍ତକ ଓ ପିତ୍ତଳ ଦୀପ ଦେବା ସହ ହନୁମାନ ଚାଳିଶା ଦୈନନ୍ଦିନ ପଢିବା ପାଇଁ ଅନୁରୋଧ କରିବା ସହିତ ଘର ଆଗରେ ଆଜି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାଦ୍ବାରା ଲୋକଙ୍କ ମନରେ ଏକ ନୂତନ ଊର୍ଜା ଜାଗ୍ରତ ହୋଇପାରିବ ବୋଲି ଅତିଥି ମାନେ ମତପ୍ରକାଶ କରି ବୃକ୍ଷ ରୋପଣ ଓ ତାହାର ଉପକାରିତା ଏବଂ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ବୃକ୍ଷ ରୋପଣ ସମୟରେ କୁନି ଝିଅ ଶୁଭଶିକ୍ତା ନିଜେ ବହୁତ ଖୁସି ହୋଇ ତାଳି ମାରିଥିବା ଦୃଶ୍ୟ ଦେଖି ପରିବାର ଓ ଅତିଥି ବୃନ୍ଦ ବହୁତ ଖୁସି ହୋଇଥିଲେ।ମୁଖ୍ୟ ଅତିଥି ଭାବେ ଗାନ୍ଧୀ କଲେଜ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷ ସଞ୍ଜିବ କୁମାର ପୁରୋହିତ ମୁଖ୍ୟ ବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ, ବରେଣ୍ୟ ଅତିଥି ବନପାଳ ମୁନା ଦାସ, ବନରାକ୍ଷୀ ଅର୍ଜୁନ ସୋରେନ୍,ସମ୍ମାନୀତ ପର୍ଶୁରାମ ପ୍ରଧାନ, ତ୍ରିନାଥ ପ୍ରଧାନ, ବୃନ୍ଦାବନ ପ୍ରଧାନ,ଗତିକର ସାହୁ, ଚନ୍ଦ୍ର ଶେଖର ପ୍ରଧାନ, କୁଳମଣି ସାହୁ, କୌଳାସ ପ୍ରଧାନ, ପ୍ରଭାକର ସାହୁ, ରବିନାରାୟଣ ସାହୁ,କାମରାଜ ସାହୁ, ଚିତ୍ରସେନ ବେହେରା ମଞ୍ଚାସିନ ହୋଇଥିଲେ । କାର୍ଯ୍ୟକ୍ରମକୁ ବର୍ତ୍ତିନି କଲେଜର ଅଧ୍ୟାପକ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ଯୁବକ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

