ବୁଗୁଡ଼ା,୫।୮(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି କରଡାବାଡି ପି ଏମ୍ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦୁଇଦିନ ଧରି ବିଦ୍ୟାଳୟ ସମୂହ ଜୋନାଲ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ହାଁସଦା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଂଶୀଧର ନାୟକ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରକ୍ତ ଗୋଷ୍ଠି ଶିକ୍ଷାଧିକାରୀ ରବୀନ୍ଦ୍ର ବେହେରା,କରଚୁଲୀ ଶକୁନ୍ତଳା ବିଦ୍ୟପୀଠର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ଗୋପୀନାଥ ବିଦ୍ୟାଳୟ ର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୁପାଲୀ ସେଠୀ ଉପସଭାପତି ପିଙ୍କି ଗୌଡ଼,ବିରଞ୍ଚିପୁର ସିଆରସିସି ଦେବଦତ୍ତ ମହାନ୍ତି, ତାକରଡ଼ା ସିଆରସିସ ଅନନ୍ତ ସାହୁ,କରଚୁଲି ସିଆରସିସି ଭିକାରି ଚରଣ ସାହୁ ଉପସ୍ଥିତ ରହି କ୍ରୀଡ଼ାବିତ ମାନଙ୍କୁ କ୍ରୀଡାର ମହତ୍ୱ ଉପରେ ଦିଗଦର୍ଶନ ଦେଇ ଉତ୍ସାହିତ କରିଥିଲେ। ସଂସ୍କୃତ ଶିକ୍ଷକ ଗୌରୀ ଶଙ୍କର ବେହେରାଙ୍କ ଦ୍ୱାରା ବେଦ ପାଠ,ଶିକ୍ଷୟିତ୍ରୀ ବଙ୍ଗାଳି ମୁଣ୍ଡା ଓ ଛାତ୍ରୀ ଛାତ୍ର ଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ବି କରଡାବାଡ଼ି ଜୋନାଲ କମିଟିର ସମ୍ପାଦକ ସିଦ୍ଧାନ୍ତ କୁମାର ରାଉତ ବିବରଣୀ ପାଠ କରିଥିଲାବେଳେ ବିଭୁ ପ୍ରସାଦ ନନ୍ଦ, ବିଶ୍ୱେଶ୍ୱର ଗିରି, ପ୍ରଣବ ମହାନ୍ତ ଆଦିତ୍ୟ ପ୍ରଧାନ, ଅଲେଖ ସେଠୀ, ଲିଙ୍ଗରାଜ ବାରିକ,ବିକ୍ରମ ବେହେରା, ଅମୀୟରଞ୍ଜନ ଭୂୟାଁ, ଗୀତାଞ୍ଜଳି ମହାନ୍ତ, ଅକ୍ଷୟ ନାୟକ,ବିଭୁ ବେହେରା ଆଦି କ୍ରୀଡା ଶିକ୍ଷକମାନେ ଖେଳ ପରିଚାଳନା କରିଥିଲେ। ଏଥିରେ ଦୌଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ ଆଦି ସମସ୍ତ ଖେଳ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ସୁନୀଲ କୁମାର ସାହୁ ମଞ୍ଚ ପରିଚାଳନାକରିଥିବା ବେଳେ ଶିକ୍ଷକ ଗଣେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l

