ଭବାନୀପାଟଣା,୫।୮(କିଶନ ଶର୍ମା):କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଗତ ନାସିଗାଁ ଉଚ୍ଚ ବିଦ୍ୟାଳୟରେ ଭାରତର ରାଷ୍ଟ୍ରପତି ସର୍ବପଲ୍ଲି ରାଧାକୃଷ୍ଣଙ୍କ ଜନ୍ମ ତିଥି ଅବସରରେ ମହା ଆଡମ୍ବରରେ ଗୁରୁ ଦିବସ ପାଳନ ହୋଇଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦାନ କରି ଉପସ୍ଥିତ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏତତ୍ ବ୍ୟତିତ ବିଦ୍ୟାଳୟର ଏନ୍ଆର୍ଜି କ୍ଲବ୍ ଦ୍ୱାରା ଜଳ ସଂରକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାରେ ସ୍ଥାନୀୟ ଜଳ ସମ୍ପଦ ବିଭାଗ ଜଳ ସଂରକ୍ଷଣ ବୈଶୟିକ କୌଶଳ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଇଥିଲା। ଓଜନ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଚିତ୍ରକଳା ପ୍ରତିଯୋଗିତା, ବତ୍କୃତା ପ୍ରତିଯୋଗିତା ଓ ସ୍କୋଗାନ୍ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା କୁମାରୀ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କିଶୋର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଶିକ୍ଷକ ଯଶୋବନ୍ତ ଗଉଡ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଦେସ୍ନା ଜାନୀ, ପୁଷ୍ପଲତା ଭୋଇ, ମମିତା ମାଝୀ, ସରିତା ସାହୁ, ଅନିଲ ବିଶ୍ୱାଳ ପ୍ରମୁଖ ସାହାଯ୍ୟ କରିଥିଲେ।

