ପୋଲସରା,୫।୮(ରୋହିତ୍ କୁମାର ପ୍ରଧାନ):ପୋଲସରା ବ୍ଲକ ମଧୁପଲ୍ଲୀ ପଞ୍ଚାୟତ ମହୁଲପଲ୍ଲୀ ସ୍ଥିତ ଭିତିରିମୁଠା ଷୋହଳ ଖଣ୍ଡ ଗୋପାଳ ସମାଜ ଆଠଗଡ଼ ତାଳୁକା ଭିତିରିମୁଠା ପରିଚାଳନା ପରିଷଦ ପକ୍ଷରୁଦୁଇ ଦିନିଆ ନନ୍ଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଦିନରେ ସମାଜ ର ରୀତିନୀତି ଅନୁଯାୟୀ କଳସ ଯାତ୍ରା ସହ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ଦ୍ଵିତୀୟ ଦିନ କାର୍ଯ୍ୟକ୍ରମ ରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଗୋପାଳ ସମାଜ ର ସାମଗ୍ରିକ ବିକାଶ ସାଙ୍ଗକୁ ଆଧ୍ୟାତ୍ମିକ ଜୀବନ ଲାଭ କରି ଜୀବନ ର ମୋକ୍ଷ ପ୍ରାପ୍ତି ଲାଗି ବିଭିନ୍ନ ମାର୍ଗ ଦର୍ଶାଇଥିଲେ | ଗୋପାଳ ସମାଜ ଆଠଗଡ ତାଲୁକା ସଭାପତି ମୋହନି ମୋହନ ମାହାଙ୍କୁଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ସେହିପରି ପୋଲସରାତହସିଲଦାର ଦିପ୍ତିମୟୀ ପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସାଧିକାରୀ ନାରାୟଣ ସ୍ୱାଇଁ, କାମ୍ପ ବାଢେଇ,ରାଜେନ୍ଦ୍ର ପାତ୍ର, ପ୍ରଭାକର ପଣ୍ଡା, ଦୀପକ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ନିଜର ବକ୍ତ୍ୟବ ରଖିଥିଲେ । ଏହି ଅବସରରେ ସମାଜ ର କର୍ମକର୍ତ୍ତା ଓ ସାମ୍ବାଦିକ ମାନଙ୍କୁ ଅତିଥି ଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜାତିର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ରେ ଭିତିରିମୁଠା ପରିଚାଳନା ପରିଷଦର ଆବାହକ ତଥା ସଭାପତି ନିରଞ୍ଜନ ଗୌଡ଼, ସମ୍ପାଦକ ରମେଶ ଗୌଡ଼,କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ଗୌଡ଼,କାଳୁଚରଣ ଗୌଡ଼,ପ୍ରମୁଖ ସମେତ ୪୧ ଗୋଟି ତାଳୁକାର ବହୁ କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ ।

