ଭଞ୍ଜନଗର,୬।୯(ନିଲୁ ବିଶୋୟୀ):ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ବଂଶୀଧର ଷଡ଼ଙ୍ଗୀଙ୍କ ଦେହାନ୍ତ ଘଟିଛି । ଗୁରୁବାର ଅପରାହ୍ନ ସାଢ଼େ ୪ ଟା ସମୟରେ ବାଗଦେବୀ ରୋଡ ନିଳାଦ୍ରୀବିହାର ସାହି ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି ।ତାଙ୍କୁ ୭୫ ବର୍ଷ ହୋଇଥିଲା । ସେ ଜଣେ ବରିଷ୍ଠ ସାହିତ୍ୟିକ, କବି ଓ ଲେଖକ ଭାବେ ଭଞ୍ଜନଗର ଅଞ୍ଚଳରେ ପରିଚିତ । ସେ ଜଣେ ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ଭଞ୍ଜନଗର ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଭୀର ଶୋକ ପ୍ରକାଶ କରିଛି । ସଂଘ ଜଣେ ସକ୍ରିୟ ସଦସ୍ୟଙ୍କୁ ହରାଇଲା ବୋଲି ସଂଘର ସଭାପତି ବିଭୂତି ଭୂଷଣ ଜେନା କହିଛନ୍ତି ।ଅନ୍ତିମ ଶଯ୍ୟା ନିକଟରେ ପୁତ୍ର ପଦାରବିନ୍ଦ ଷଡ଼ଙ୍ଗୀ ସମେତ ପରିବାର ଭାଇବନ୍ଧୁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଭେଜିପୁଟ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

