ରାୟଗଡ,୬।୮(ଅମୂଲ୍ୟ ନିଶଙ୍କ):ଓଡିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ (OSBC) ଡିପୋରେ ଲାଞ୍ଚ କାରବାର ନେଇ ସାଂଘାତିକ ଅଭିଯୋଗ ଆସିଛି। ପ୍ରତି ଗାଡିରେ ମଦ ଲୋଡିଂ ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଗାଡି ମାଲିକମାନେ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଡିପୋର ବ୍ରାଞ୍ଚ ମ୍ୟାନେଜର ଉଦୟ ଲାଲ ନାୟକଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆସିଛି। ପୂର୍ବରୁ ପ୍ରତି ଗାଡି ପିଛା ୧୦ ହଜାର ଟଙ୍କା ଲାଞ୍ଚ ନିଆଯାଉଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଟଙ୍କା ଦେବାକୁ ମନା କଲେ ଗାଡି ଲୋଡିଂ କରାଯାଉ ନାହିଁ।ଏପରିକି ଲାଞ୍ଚ ନ ଦେଲେ ମ୍ୟାନେଜର ସିଧାସଳଖ ମଦ ଦୋକାନୀମାନଙ୍କୁ ଫୋନ କରି ଉକ୍ତ ଗାଡିରେ ମାଲ ପଠାଇବାକୁ ମନା କରୁଥିବା ଅଭିଯୋଗ ହୋଇଛି। ଫଳରେ ଗାଡି ମାଲିକମାନେ ଦିନ ଦିନ ଧରି ଡିପୋରେ ଅପେକ୍ଷା କରିବାକୁ ପଡୁଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ଲାଞ୍ଚ କାରବାରରେ ଡିଜିଟାଲ ପେମେଣ୍ଟ ବ୍ୟବହାର ହେଉଛି। ଅଭିଯୋଗ ଅନୁସାରେ, ମ୍ୟାନେଜର ନିଜ ଫୋନପେ ନମ୍ବର ବଦଳରେ ଅଫିସର ଆକାଉଣ୍ଟାଣ୍ଟ ଅଜୟ ନାୟକଙ୍କ ଫୋନପେ ମାଧ୍ୟମରେ ଟଙ୍କା ନେଉଛନ୍ତି। ଫୋନପେ ଟ୍ରାଞ୍ଜାକ୍ସନ ଯାଞ୍ଚ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଗାଡି ମାଲିକମାନେ ଦାବି କରିଛନ୍ତି। ପୁନଶ୍ଚ ଗାଡ଼ି ମାଲିକମାନଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ମାସିକ ପ୍ରାୟ ₹୧୦,୦୦୦ ଦାବି କରାଯାଉଥିବା ବେଳେ ବର୍ତ୍ତମାନ ₹୧୫,୦୦୦ରୁ ₹୨୦,୦୦୦ ପର୍ଯ୍ୟନ୍ତ ଟଙ୍କା ମଗାଯାଉଥିବା ଆରୋପ ହୋଇଛି। ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ, ଦାବି ଅନୁସାରେ ଟଙ୍କା ନଦେଲେ ଗାଡ଼ି ଲୋଡିଂରେ ସମସ୍ୟା ସୃଷ୍ଟି ହେଉଛି।ଏହି ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଅତ୍ୟନ୍ତ ଗୁରୁତର ବିଷୟ। ଏଥିରେ ଜଡ଼ିତ ବ୍ୟକ୍ତି କିମ୍ବା କର୍ମଚାରୀଙ୍କ ବିରୋଧରେ ନିୟମାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ: ଏହି ଅଭିଯୋଗ ଉପରେ ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ କରାଯାଉ। ଆବଶ୍ୟକ ହେଲେ ଗାଡ଼ି ମାଲିକମାନଙ୍କ ଅଭିଯୋଗ, ଲୋଡିଂ ରେକର୍ଡ, ଟଙ୍କା ଆଦାୟ ସମ୍ପର୍କିତ ପ୍ରମାଣ ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଇ ସତ୍ୟ ସାମ୍ନାକୁ ଅଣାଯାଉବୋଲି ମଦ ଦୋକାନ ମାଲିକ ଓ ମଦ ପରିବହନ ଗାଡି ମାଲିକ ଜ଼ିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି l ସୂଚନା ଯୋଗ୍ୟଯେ ଏହି ଖବର ର ସତ୍ୟା ସତ୍ୟ ଜାଣିବା ନିମନ୍ତେ ସାମ୍ବାଦିକ ପଚାରିବାକୁ ଗଲେ ରାୟଗଡା OSBC ଡିପୋର ବ୍ରାଞ୍ଚ ମ୍ୟାନେଜର ମୋ କାମ ରେ ବାଧା ସୃଷ୍ଟି କରୁଛ ପୋଲିସ କେଶ କରିବି ବୋଲି ଧମକ ଦେଉଛନ୍ତି l ଲାଞ୍ଚ କାରବାର ର ତଦନ୍ତ ହେଲେ ପ୍ରକୃତ ତଥ୍ୟ ବାହାର କୁ ଆସିବ ବୋଲି ଦାବୀ ହେଉଛି l

