ଫୁଲବାଣୀ,୦୫।୦୯(ସୁନୀଲ ପଟନାୟକ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ଜ୍ୟୋତିର୍ମୟୀ ପ୍ରଧାନ ଆଇ ଏ ଏସ ସ୍ତରକୁ ପଦୋନ୍ନତି ପାଇଛନ୍ତି l ଜ୍ୟୋତିର୍ମୟୀ ଙ୍କ ଘର କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସି ଙ୍ଗିଆ ରେ l ନିଜର ଶାନ୍ତ ସରଳ ସ୍ଵଭାବ , କଠିନ ପରିଶ୍ରମ, ନିଷ୍ଠା, ଦୃଢ଼ ମନୋବଳ ସହ ପ୍ରଶାସନିକ ସ୍ତରରେ ନିଜର ଦକ୍ଷତା ପ୍ରମାଣିତ କରି ଏକ ଗୌରବ ମୟ ସଫଳତା ହାସଲ କରି ନିଜ ଅଞ୍ଚଳ ଓ ଜିଲ୍ଲା ପାଈଁ ଗୌରବ ଆଣି ଦେଇଛନ୍ତି l ଓଡ଼ିଶା ପ୍ରଶାସନିକ ସେବା ରୁ ଭାରତୀୟ ପ୍ରଶାସନିକ ସେବା କୁ ନିକଟରେ ପଦୋନ୍ନତି ମିଳିଛି l ସେ ପୂର୍ବରୁ ବନ ବିଭାଗ ର ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ପ୍ରମୁଖ ଜ୍ୟୋତିର୍ମୟୀ ଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗକୁ ରାଜ୍ୟ ଓ ଜିଲ୍ଲା ପାଈଁ ଅଧିକ ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରି ଛନ୍ତି lପଦୋନ୍ନତି ପରେ ତାଙ୍କ ନିକଟ କୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି l

