ଫୁଲବାଣୀ,୦୬।୦୯(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା କୋଟଗଡ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଆଳୁ ବଣ୍ଟନ କରଯାଇଛି l କନ୍ଧମାଳ ଜିଲ୍ଲା କୋଟଗଡ ଉଦ୍ୟାନ ବିଭାଗ ଠାରେ ରବିବାର ଦିନ ସକାଳ ଦଶଟା ସମୟରେ କୋଟଗଡ ଉଦ୍ୟାନ ବିଭାଗ କାର୍ଯାଳୟ ଠାରେ ଉଦ୍ୟାନ ବିଭାଗ ଅଧିକାରୀ ରାଜକିଶୋର ମାଝୀ ଙ୍କ ତତ୍ଵବଧlନ ରେ ବ୍ଲକ ର ୨୧୦ ଜଣ ଚାଷୀଙ୍କ ରେଜିଷ୍ଟେସନ କରାଯାଇଥିଲା। ବର୍ତ୍ତମାନ ୨୦୬ ଜଣ ଚାଷୀଙ୍କୁ ଦେବା ପାଇଁ ସରକାରଙ୍କ ନିର୍ଦେଶ କ୍ରମେ ବ୍ଲକ ର ୧୫ ଗୋଟି ପଂଚାୟତ ଯଥା କୋଟଗଡ, ମାଦାଗୁଡା, ଦୁର୍ଗାପଙ୍ଗା, ଜୁଡ଼ାବାଲି,ଧାରାକୋଟ, ଶ୍ରୀରାମପୁର, ଯୁବାଗୁଡା, ସାର୍ତ୍ତୁଲ, ପାରିଗଡ଼, ପକାରୀ, ରାଣୀପଙ୍ଗା,ସୁବର୍ଣ୍ଣଗିରି, ଓରା, ଗୁଗୁର ମାହା, ମାର୍ଲାଙ୍ଗା ପଂଚାୟତ ର ସମସ୍ତ ଚାଷୀ ମାନଙ୍କୁ ଦୁଇ ତିନି ଦିନ ଧରି ଆଳୁ ବଣ୍ଟନ କରାଯିବ ବୋଲି ବିଭାଗୀୟ ଅଧିକାରୀ ରାଜକିଶର ମାଝୀ ପ୍ରକାଶ କରିଛନ୍ତି। ଚାଷୀ ଆଳୁ ଚାଷ କରି ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି l ଚାଷୀଙ୍କୁ ବିଭାଗ ପକ୍ଷରୁ ବୈଷୟିକ ପରାମର୍ଶ ଓ ଚାଷ ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳ ମଧ୍ଯ ବିଭାଗ ପକ୍ଷରୁ ଯୋଗାଇଦିଆଯିବ ବୋଲି ମାଝୀ ଆହୁରି କହିଛନ୍ତି l

