ଫୁଲବାଣୀ,୦୬।୦୯(ସୁନୀଲ ପଟନାୟକ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ସଦର ମହକୁମା ଫୁଲବାଣୀ ନଦିଖଣ୍ଡି ସାହୀ ର ମଧୁମିତା ନାୟକ ଆଇ ଏ ଏସ ସ୍ତରକୁ ପଦୋନ୍ନତି ପାଇଛନ୍ତି l ନିଜର ଶାନ୍ତ ସରଳ ସ୍ଵଭାବ , କଠିନ ପରିଶ୍ରମ, ନିଷ୍ଠା, ଦୃଢ଼ ମନୋବଳ ସହ ପ୍ରଶାସନିକ ସ୍ତରରେ ନିଜର ଦକ୍ଷତା ପ୍ରମାଣିତ କରି ଏକ ଗୌରବ ମୟ ସଫଳତା ହାସଲ କରି ନିଜ ଅଞ୍ଚଳ ଓ ଜିଲ୍ଲା ପାଈଁ ଗୌରବ ଆଣି ଦେଇଛନ୍ତି l ଓଡ଼ିଶା ପ୍ରଶାସନିକ ସେବା ରୁ ଭାରତୀୟ ପ୍ରଶାସନିକ ସେବା କୁ ନିକଟରେ ପଦୋନ୍ନତି ମିଳିଛି l ସେ ପୂର୍ବରୁ ଫୁଲବାଣୀ ର ଅତିରିକ୍ତ ତହସିଲଦାର ଭାବେ ପ୍ରଥମେ କାର୍ଯ୍ୟଆରମ୍ଭ କରି ବିଭିନ୍ନ ଉଚ୍ଚ ପଦ ପଦବୀ ରେ ରହି ନିଷ୍ଠା ଓ ଆନ୍ତରିକତାର ସହକାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଆଇନଜୀବି ରମେଶ ମହାନ୍ତି, ଭଗବାନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା, ଓ ଶିବ ପ୍ରସାଦ ତ୍ରିପାଠୀ,ବରିଷ୍ଠ ନାଗରିକ କେଶବ ପଟ୍ଟନାୟକ ପ୍ରମୁଖ ମଧୂମିତା ଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗକୁ ରାଜ୍ୟ ଓ ଜିଲ୍ଲା ପାଈଁ ଅଧିକ ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରି ଛନ୍ତି lପଦୋନ୍ନତି ପରେ ତାଙ୍କ ନିକଟ କୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି l

