ଫୁଲବାଣୀ,୦୮।୦୯(ସୁନିଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଭଳି ପଛୁଆ ଜିଲ୍ଲା ରେ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ଅନାଥ, ମାନସିକ ଅଗ୍ରସର, ଫିଜିଓ ଥେରାପି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କୋଟି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃଦ୍ଧାଶ୍ରମ କୋଠା ରୁ ବର୍ଷା ଦିନ ରେ ପାଣି ଗଳୁଛି lକବାଟ ମଧ୍ଯ ଉଇ ଖାଇଲାଣି l ଫଳରେ ଅନ୍ତେବାସୀ ମାନେ ହ୍ୱନ୍ତଶନ୍ତ ହେଉଛନ୍ତି l କନ୍ଧମାଳ ଜିଲ୍ଲା ଭଳି ପଛୁଆ ଜିଲ୍ଲା ରେ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ଅନାଥ, ମାନସିକ ଅନ ଗ୍ରସର, ଫିଜିଓ ଥେରାପି ପାଇଁ କୋଟି କୋଟି ଟଙ୍କାରେ ଏକ ଦୁଇ ମହଲା କୋଠା ନିର୍ମାଣ କରିଥିଲେ l ବାଲିଗୁଡ଼ା ର ବନ ବାସୀ ସେବା ସମିତି ସମାଜ ସେବୀ ସଂସ୍ଥା ମାନଶିକ ଅନଗ୍ରସର,ପିଲାଙ୍କ ଦାୟିତ୍ୱ ନେଇଥିବା ବେଳେ ଶେଆର ନାମକ ସମାଜ ସେବୀ ସଂସ୍ଥା ଅସହାୟ ବୃଦ୍ଧା ବୃଦ୍ଧାଙ୍କ ଦାୟିତ୍ୱ ନେଇଛିl ଏହି ଦୁଇ ମହଲା କୋଠା ସମ୍ୱନ୍ନୀତ ଭିତ୍ତି ଭୂମି ପରିସର (IIC) ନିର୍ମିତ ହୋଇଥିଲା! ଏହି କୋଠାର ପରିଚାଳନା ଦାୟିତ୍ୱ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ କୁ ସରକାର ନ୍ୟସ୍ତ କରିଛନ୍ତି ରାଜ୍ୟର ଏକ ବଡ ନିର୍ମାଣ କାରି ସଂସ୍ଥା ଏହି କୋଠା ନିର୍ମାଣ କରିଥିଲେ! ତେବେ ପ୍ରାରମ୍ଭରୁ ଏହି କୋଠା ନିର୍ମାଣ ବେଳେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ବର୍ଷା ଦିନେ ପ୍ରବଳ ଗଳୁଛି! କାମରେ ଆସୁନି ଏହି କୋଠା! ଅନ୍ତେ ବାସୀ ଘୋର ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି! ତୁରନ୍ତ ଆବଶ୍ୟକିୟ ମରାମତି କରିବାକୁ ଦାବୀ ହେଉଛି l

