ଫୁଲବାଣୀ,୦୮।୦୯(ସୁନୀଲ ପଟ୍ଟନାୟକ):ସାରା ଦେଶରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୦୧ ଠାରୁ ୦୭ ତାରିଖ ପର୍ୟ୍ୟନ୍ତ ପୋଷଣ ସପ୍ତାହ ପାଳନ ହେଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଜାତୀୟ ସ୍ୱାସ୍ଥ୍ୟ ମିଶନ କନ୍ଧମାଳଙ୍କ ସହଯେଗରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରିଛନ୍ତି । ଏହି ସପ୍ତାହ ପାଳନ ଅବଶରରେ ଅନୁଷ୍ଠାନ ତରଫରୁ ଚାଲିଥିବା ମା ଗୃହ ପ୍ରକଳ୍ପ ତରଫରୁ ଗର୍ଭବତି ଓ ପ୍ରସୁତି ମାନଙ୍କ ପାଇଁ ଆବଶ୍ୟକ ହେଉଥିବା ପୋଷଣ ଯୁକ୍ତ ଖାଦ୍ୟ କିପରି ନିଜ ବାଡିବଗିଚା ରୁ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ମା ଗୃହରେ ଅବସ୍ଥାପିତ ଗର୍ଭବତି ମହିଳା ମାନଙ୍କୁ ପ୍ରସୁତି ସମୟରେ କିପରି ଖାଦ୍ୟ ଖାଇବେ ତାହା ମଧ୍ୟ ଜଣାଯାଇଥିଲା । ଏହା ସପ୍ତାହ ସାରା ଦେଶରେ ପାଳନ କରିବାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ନିଜ ଶରୀର କୁ ସୁସ୍ଥ ରଖିବା ପାଇଁ ହେଲେ ଶୁଷମ ଖାଦ୍ୟ ଯେପରିକି ତ୍ରିରଙ୍ଗା ପତାକା ର ତିନୋଟି ରଙ୍ଗ ଅଛି ପ୍ରତିଦିନ ଆମର ଖାଇବା ଥାଳି ସେହିପରି ତିନୋଟି ରଙ୍ଗର ଖାଦ୍ୟରେ ଭରପୁର ହେବା ଆବଶ୍ୟକ ବୋଲି ସମସ୍ତେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ଏ.ଏନ୍.ଏମ୍ , ସି.ଏଚ୍.ଓ. , ଅଙ୍ଗନବାଡି ଓ ଆଶା ଦିଦି ମାନେ ଉପସ୍ଥିତ ରହି ପୋଷଣ ବା ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଆମେ ସବୁସମୟରେ ବାହାରେ ମିଳୁଥିବା ଦାମିକା ଖାଦ୍ୟ ଉପରେ ନିର୍ଭର ନକରି ନିଜ ଘର ବାରିରେ ମିଳୁଥିବା ସଜନା ସାଗ, ସଜନା ଛୁଇଁ, କଂଚା କଦଳି, ଅମୃତଭଣ୍ଡା, କାଗିଜି ଲେମ୍ବୁ ଇତ୍ୟାଦି ସବୁଦିନ ଖାଦ୍ୟରେ ଖାଇଲେ ଶରୀରରେ ଲୌହସାର ବଢିବା ସହିତ ପୋଷକ ତତ୍ୱ ମଧ୍ୟ ମିଳି ପାରିବ ବୋଲି କୁହାଯାଇଥିଲା । ଗର୍ଭବତି ମହିଳା ମାନେ ପୁଷ୍ଟିକର ଖାଦ୍ୟ ଖାଇଲେ ନିଜେ ସୁସ୍ଥ ରିବା ସହିତ ଜଣେ ସୁସ୍ଥ ଶିଶୁ କୁ ସମାଜକୁ ଆଣିପାରିବେ ବୋଲି ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ । ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମା ଗୃହ ଦାୟିତ୍ୱରେ ଥିବା ଏ.ଏନ୍.ଏମ୍. ସଂଯୋଜିକା ଓ ମହିଳା ସ୍ୱାସ୍ଥ୍ୟ ସହାୟିକା ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

