ବ୍ରହ୍ମପୁର,୯।୯(ହିମାଂଶୁ ଶେଖର ସାବତ):ସିଟି ହାଇସ୍କୁଲ ତେଲୁଗୁ ମାଧ୍ୟମର ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ସ୍କୁଲ ବ୍ୟାଗ୍ ଓ ମିଠା ବଣ୍ଟନ କରାଯାଇଛି। ସିଟି ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ପ୍ରଦାନ କରାଯାଇଥିଲା।ପୁରାତନ ଛାତ୍ର ସଂଘର ସଭାପତି ଡା. ଇ. ଜୟନ୍ତୀ ରାଓ, ସମ୍ପାଦକ ପି. ସତ୍ୟନାରାୟଣ (ବାବୁ), ଉପସଭାପତି ଶ୍ରୀନିବାସ ରାଜନା ଓ ଯୁଗ୍ମ ସମ୍ପାଦକ ଜମ୍ମୁଲା ସୁରେଶଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍ ବଣ୍ଟନ କରାଯାଇଥିଲା।ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁଙ୍କ ସମେତ ଶିକ୍ଷୟିତ୍ରୀ ଏମ୍. ଉମା ଜୟନ୍ତୀ, ଏନ୍. ନାଗେଶ୍ୱର ରାଓ ଓ ଏସ୍. ସ୍ୱାତୀ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂଘର ଏଭଳି ପଦକ୍ଷେପକୁ ସ୍କୁଲ ପକ୍ଷରୁ ପ୍ରଶଂସା କରାଯାଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଉତ୍ସାହ ବୃଦ୍ଧି ସହ ସେମାନଙ୍କୁ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯୋଗାଇବାରେ ସହାୟତା ମିଳିଛି।

