ଫୁଲବାଣୀ,୧୧।୦୯ (ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ୍ କୁମାର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ସଚେତନତା କାର୍ଯ୍ୟ କ୍ରମ ରେ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ୧/୦୯ ରୁ ୧୪/୦୯ଯାଏ ଆନ୍ତର୍ଜାତୀୟ ସାକ୍ଷରତା ପକ୍ଷ ଅବସରରେ ଉଲ୍ଲାସ କାର୍ଯ୍ୟ କ୍ରମ ଫୁଲବାଣୀ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଥିଲା l ସଚେତନତା ରାଲି ସହର ପରିକ୍ରମା କରିଥିଲା l ରlଲୀ ରେ ବିଭିନ୍ନ ସ୍କୁଲ ର ସ୍କାଉଟ, ଗାଇଡ, ଏନସି ସି, ସିଭିଲିଆନ ପ୍ରଭୃତି ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ୧୫ବର୍ଷ ରୁ ଉର୍ଦ୍ଧ୍ବ ଅଣ ସlକ୍ଷର ଓ ପ୍ରୌଢ଼ ପୁରୁଷ ଓ ମହିଳା ଙ୍କୁ ସlକ୍ଷର ଓ ଶିକ୍ଷିତ କରିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି l ଫଳରେ କନ୍ଧମାଳ ଜିଲ୍ଲା ଶତ ପ୍ରତିଶତ ସlକ୍ଷର ଜିଲ୍ଲା ଭାବେ ଘୋଷିତ ହୋଈ ପାରିବ l କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର, ବିଜ୍ଞାନ ନିରୀକ୍ଷକ ସିମlଞ୍ଚଳ ସ୍ବାଇଁ, ଓ ଅନ୍ୟମାନେ ଯୋଗ ଦେଈ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

