ଖଜୁରୀପଡ଼ା,୧୨।୦୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ଖେଳ ପଡ଼ିଆରେ ଦୁଇଦିନ ଚାଲିଥିବା କୁଇ କ୍ରୀଡ଼ା ପ୍ରତିଯୋଗିତା ଉଦ୍ ଜାପିତ ହୋଇଯାଇଛି। ସମଗ୍ର କନ୍ଧମାଳ ଜିଲ୍ଲା ରେ କ୍ରୀଡ଼ା ଚାଲିଥିବା ବେଳେ ଖଜୁରୀପଡ଼ା ଅଞ୍ଚଳ ରେ କୁଇ କ୍ରୀଡ଼ା ସଂଯୋଜୋକ ତଥା ବିଜେପି ଯୁବମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର ଏବଂ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (weo) ଶ୍ରୀ ରାଜେଶ ମୂର୍ମୁ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ସ୍ୱତନ୍ତ୍ର ଉନ୍ନୟନ ପରିଷଦ କନ୍ଧମାଳ ଓ ସଂଯୋଜକ କୁଇ କ୍ଲାମ୍ବୁ ବିକାଶ ପରିଷଦ ଓ ବନବାସୀ କଲ୍ୟାଣ ଆଶ୍ରମ ଆନୁକୂଲ୍ୟରେ ଆୟୋଜନ ହୋଇଥିବା ପ୍ରତିଯୋଗିତାଟି କୁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନୀମା କହଁର ଉଦ୍ ଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶ୍ରୀ ଶୁଭ ଦତ୍ତା ତ୍ରେୟ ବାହିନୀପତୀ,ବନବାସୀ କଲ୍ୟାଣ ସମିତି ରାଜ୍ଯ ଉପ -ସଭାପତି ଶ୍ରୀ ପବିତ୍ର କହଁର, କୁଇକ୍ରୀଡ଼ା ସଂପାଦକ ଜମ୍ବେଶ୍ୱର କହଁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଲାଙ୍ଗୀର ଶ୍ରୀ ଗୁଣନିଧି ଶ୍ରୀ ଗୁଣନିଧି , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଆଦିତ୍ୟ କହଁର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କୁଇ କ୍ଲାମ୍ୱୁ ଫୁଟବଲ୍ ପ୍ରତିଯୋଗିତା ରେ ମୋଟ ୧୨ଟି କ୍ଲାମ୍ୱୁ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ରେ ଡେଲାପାରି ଦଳ କୁ ୫/୩ ପେନାଲ୍ଟୀ ସୁଟ୍ ଆଉଟ୍ ରେ ପରାସ୍ତ କରି ଗୁମାଲାଙ୍ଗା(ଜାଡେଲା) ଦଳ ବିଜୟୀ ହୋଇଥିଲେ। ଖେଳ ପରିଚାଳନା ପିଏମ୍ ଶ୍ରୀ ବି .ବି ବିଦ୍ୟାଳୟ ଲାୟନପଡ଼ା କ୍ରୀଡ଼ା ଶିକ୍ଷକ ଶ୍ରୀ ସୁଶୀଲ କୁମାର କହଁର ସହଯୋଗୀ ପପୁନ୍ ପ୍ରଧାନ , ସୁରଞ୍ଜନ ପ୍ରଧାନ, ଧବଳେଶ୍ୱର ମଲ୍ଲିକ କରିଥିଲେ। ଉଦ୍ ଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ, କ୍ରୀଡ଼ା ସଂଯୋଜକ କାମେଶ୍ୱର କହଁର, ବିଜେପି ମଣ୍ଡଳ ସଭାପତି ଶ୍ରୀ ରଂଜନ କହଁର, ବନବାସୀ କଲ୍ୟାଣ ଆଶ୍ରମ ରାଜ୍ୟ ସଭାପତି ଶ୍ରୀ ପବିତ୍ର କହଁର ଙ୍କ ସହ ୧୨ଟା କ୍ଲାମ୍ୱୁ ମୂଖିଆ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡ଼ା ରେ ଉତ୍ତୀର୍ଣ୍ଣ ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ା ସହ ଯୋଗୀ ପୁଣ୍ଡରିକାକ୍ଷ ମଲ୍ଲିକ,ଶରତ କୁମାର କହଁର, ସରୋଜ କୁମାର ମଲ୍ଲିକ, ଦୁଟୁସା କ୍ଲାମ୍ବୁର ସମସ୍ତ ଯୁବକ ଙ୍କ ସମେତ ପୋଲିସ ଏବଂ ଆମ୍ବୁଲାନ୍ସ ପ୍ରଶାସନ ଅଧିକାରୀ ମାନେ ସହଯୋଗ କରିଥିଲେ।

