ବେଗୁନିଆପଡ଼ା,୧୩।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଙ୍ଗାରଗାଁ ପଞ୍ଚାୟତରେ ଷ୍ଟ୍ରୀଟ୍ ଲାଇଟ୍ ନାଁରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା ତଥାପି ଅଙ୍ଗାରଗାଁ ତୋଟା ସାହି ସମେତ ନୂଆଗଡ ରାତି ହେଲେ ଡୁବୁଛି ଅନ୍ଧାରରେ। ସାହିରେ ଲାଗିଥିବା ଅନେକ ଷ୍ଟ୍ରୀଟ୍ ଲାଇଟ୍ ଜଳୁନଥିବାରୁ ରାତିରେ ଲୋକଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି। ଅଭିଯୋଗ ଅନୁସାରେ, ଷ୍ଟ୍ରୀଟ୍ ଲାଇଟ୍ ବାବଦରେ ଲକ୍ଷାଧିକ ଟଙ୍କାର ବିଲ୍ ହୋଇଛି। ତେବେ ପ୍ରଶ୍ନ ଉଠୁଛି, ଲାଇଟ୍ ଜଳୁନଥିଲେ ଲକ୍ଷାଧିକ ଟଙ୍କାର ବିଲ୍ କାହା ପାଇଁ? ଲକ୍ଷାଧିକ ଟଙ୍କାର ବିଲ୍ର ହିସାବ କେଉଁଠି? ଷ୍ଟ୍ରୀଟ୍ ଲାଇଟ୍ ନଜଳିବାର ଦାୟିତ୍ୱ କାହାର? ପ୍ରଶାସନ ଦେବ କି ଜବାବ? ଲୋକଙ୍କ ଟଙ୍କାରେ ବିଲ୍ ହେଉଛି, କିନ୍ତୁ ଲୋକଙ୍କୁ ମିଳୁନି ଆଲୋକ ।ଏହାକୁ ନେଇ ଏବେ ଜୋର ଧରିଛି ଅସନ୍ତୋଷ। ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ହିଁ ଅପେକ୍ଷା ।

