ଜଟଣୀ/ ଯାଆଁଳା ,୧୪।୯(କେଦାର ନାଥ ସାହୁ):ଦିନେ ନିଶା ଖାଇ ପାଳୁ ଥିଲେ ଗଣେଶ ପୂଜା ଓ ବିଭିନ୍ନ ପର୍ବାଣୀ ।ଏବେ ନିଶା ଛାଡି କରୁଛନ୍ତି ଗଣେଶ ପୂଜା । ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଜଟଣୀ ଗେଟ୍ ନିକଟ ଜଟଣୀ ବ୍ଲକ ଅନ୍ତର୍ଗତ ଯାଁଆଳା ସ୍ଥିତ ମା ମାଣିକେଶ୍ୱରୀ ନିଶା ନିବାରଣ କେନ୍ଦ୍ର ରେ ସ୍ଥାନୀୟ ଅଞ୍ଚଳର ଯୁବକ ସର୍ବେଶ୍ୱର ପଲେଇ ଦିନେ ନିଶା ଖାଇ ଦିନ ରାତି ଜାଣି ପାରୁ ନ ଥିଲେ , କିନ୍ତୁ ସମୟ ବଦଳିଲା, ଦଶ୍ୟୁ ରତ୍ନାକର ରୁ ବାଲ୍ମିକୀ ହେବା ପରି ସମୟ ଚକ୍ରରେ ବଦଳିଲେ ସର୍ବେଶ୍ୱର , ନିଜେ ନିଶା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରିଲେ ସର୍ବେଶ୍ୱର , ଆଉ ମା ମାଣିକେଶ୍ୱରୀଙ୍କ ଆଶୀର୍ବାଦରେ ପ୍ରତିଷ୍ଠା କଲେ ନିଶା ନିବାରଣ କେନ୍ଦ୍ର | ସର୍ବେଶ୍ୱରଙ୍କ ଏହି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇ ଆଜି ଶହ ଶହ ନିଶା ଗ୍ରସ୍ତ ଯୁବକ ନିଶା କବଳରୁ ମୁକ୍ତି ପାଇଛନ୍ତି ଓ ସମସ୍ତଙ୍କୁ ରୋଜଗାର ଯୋଗାଇଛନ୍ତି ସର୍ବେଶ୍ୱର ।| ନିଶା ଖୋର ଯୁବକ ତଥା ବୟସ୍କ ମାନଙ୍କୁ ନିଶାରୁ ଫେରାଇ ଆଣିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ସର୍ବେଶ୍ୱର ଯେଉଁ ପ୍ରାୟାସ କରିଛନ୍ତି ତାହା ଖୁବ ପ୍ରଶଂସନୀୟ । ତେବେ ମାଣିକେଶ୍ବରୀ ନିଶା ନିବାରଣ କେନ୍ଦ୍ରରେ ଗଣେଶ ପୂଜା ପାଳନ ଅବସରରେ ବହୁ ବୁଦ୍ଧିଜୀବୀ, କେନ୍ଦ୍ରର ପରିଚାଳକ ସର୍ବେଶ୍ୱର ପଲେଇ ଓ ଅନ୍ତେବାସୀ ଯୋଗ ଦେଇ ନିଶା ମୁକ୍ତ ତଥା ସୁସ୍ଥ ଜୀବନ ପାଇଁ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କୁ ପ୍ରାର୍ଥନା କରିଥିଲେ |

