ଫୁଲବାଣୀ,୧୪।୯(ସୁନୀଲ ପଟ୍ଟନାୟକ):ଜିଲ୍ଲାର ଅଗ୍ରଣୀ ଦୁଇ ଚକିଆ ଯାନ ସୋ-ରୁମ ନାରାୟଣୀ ହିରୋ ଆଜି ୧୦ ବର୍ଷ ପୂରଣ କରିଛି। ଏ ଉପଲକ୍ଷେ ତିଲକପଡା ସ୍ଥିତ ସୋ -ରୁମରେ କେକ କାଟି ଉତ୍ସବ ପାଳନ କରାଯାଇଛି। ଏହି ପ୍ରମୂଖ ବ୍ୟବସାୟିକ ପ୍ରତିଷ୍ଠାନର ସତ୍ବାଧିକାରୀ ଆଲୋକ କୁମାର ସାହୁ ନିଜର ଉପଲବ୍ଧି ବର୍ଣ୍ଣନା କରିବା ସହିତ ଗ୍ରାହକ ଓ ସହକର୍ମୀ ମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଗକୁ ମଧ୍ୟ ନାରାୟଣୀ ହିରୋ ତାର ଉତ୍ସର୍ଗୀକୃତ ଗ୍ରାହକ ସେବା ଜାରୀ ରଖିବ ବୋଲି କହିଥିଲେ ଶ୍ରୀ ସାହୁ।ଏ ଅବସରରେ ହିରୋ କମ୍ପାନୀର ନୂତନ ଇଲେକ୍ଟ୍ରିକ ଭେହିକଲ ‘ଭିଦା’ର ବିକ୍ରି ଶୁଭାରମ୍ଭ କରାଯାଇଛି। ସତ୍ବାଧିକାରୀ ଶ୍ରୀ ସାହୁ ଦୁଇ ପ୍ରଥମ ଗ୍ରାହକଙ୍କୁ ଗାଡିର ଚାବି ହସ୍ତାନ୍ତର କରିବା ଅବସରରେ ଏହି ବୈଦ୍ୟୁତିକ ଯାନର ବିଶେଷତ୍ୱ ଉପରେ ସୂଚନା ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବାଲିଗୁଡାର ରାମଚନ୍ଦ୍ର ସ୍ବାଇଁ, ଜି ଉଦୟଗିରିର ଓମ ପ୍ରକାଶ ସାହୁ, ଟିକାବାଲିର ଆଶୁତୋଷ ପାତ୍ରଙ୍କ ସମେତ ସେଲସ ମ୍ୟାନେଜର ତପନ ପରିଡା, ସୁମନ ପଟ୍ଟନାୟକ, ସମୀର ପଣ୍ଡା, ସଞ୍ଜୀବ ଦିଗାଲ, ଅଜିତ ନାୟକ ଓ ନାରାୟଣୀ ହିରୋର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

